୩୨୬ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା


ମାଥିଲି:(ପ୍ରିୟବ୍ରତ ସ୍ୱାଇଁ):- ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କତାମେଟା ଠାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଗୋଟିଏ ଟାଟା ଏସି ଗାଡିଟି ଅପର ପକ୍ଷରୁ ଆସୁଥିବା ମଟରସାଇକେଲକୁ ଧକ୍କା ଦେବାରୁ ମଟରସାଇକେଲରେ ଥିବା ୨ ଜଣ ଆରୋହୀ ଛିଟିକି ପଡ଼ିଥିଲେ l ଦୃଘଟଣା ସ୍ଥଳରେ ଜଣଙ୍କ ମୃତ୍ୟ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି l ମୃତକ ଜଣକ ଗଙ୍ଗାଲା ଗ୍ରାମର ଡମ୍ବରୁ କପେ ହୋଇଥିବାବେଳେ ଆହତ ଜଣକ ହେଲେ ମଙ୍ଗଳୁ ଓଡି l ଦୁର୍ଘଟଣା ପରେ ଅଞ୍ଚଳରେ ଉତେଜନା ପ୍ରକାଶ ପାଇଥିବା ବେଳେ ସ୍ଥାନୀୟ ଲୋକେ ୩୨୬ନଂ ଜାତୀୟ ରାଜପଥ ଅବରୋଧ କରି କ୍ଷତିପୂରଣ ଦାବି କରିଥିଲେ l ଜୟପୁର ରୁ ମାଲକାନଗିରି ଜାତୀୟ ରାଜପଥର ଉନ୍ନତିକରଣ ପରେ ଗାଡି ଚାଳକ ମାନେ ବେପରୁଆ ଗାଡି ଚଳେଇ ନିଜ ଜୀବନ ସହ ଅନ୍ୟ ମାନଙ୍କ ଜୀବନକୁ ମଧ୍ୟ ବିପଦ ମଧ୍ୟକୁ ଠେଲିଦେଉଥିବା ଦେଖା ଦେଇଛି l ଏଥି ପ୍ରତି ପୋଲିସ ପ୍ରଶାସନ କଡା ନଜର ରଖିବା ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।


error: Content is protected !!