January 26, 2026

Now Odisha

Now Odisha

ମଦଦୋକାନ ସବୁ ବନ୍ଦ: ନୂଆପଡ଼ା ଉପନିର୍ବଚନ ପୂର୍ବରୁ ସରକାରଙ୍କ ବଡ଼ ନିଷ୍ପତ୍ତି…

Spread the love

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଓ ଭୋଟ ଗଣତି ସମୟରେ ଜିଲାର ସମସ୍ତ ମଦଦୋକାନ ବନ୍ଦ ରହିବ। ଅବକାରୀ କମିଶନର, ଓଡ଼ିଶା କଟକଙ୍କ ଚିଠି ସଂଖ୍ୟା- ୮୫୦୬/ତା୨୦ା୧୦ା୨୦୨୫ ଅନୁଯାୟୀ ଜିଲାପାଳଙ୍କୁ ପ୍ରାପ୍ତ କ୍ଷମତା ଅନୁସାରେ ଏହା ନିର୍ଦ୍ଦେଶିତ ହୋଇଛି। ଉପନିର୍ବାଚନ ଅବ୍ୟବହିତ ପୂର୍ବରୁ ନଭେମ୍ବର ୯ ତାରିଖ ଅପରାହ୍ନ ୪ ଟାଠାରୁ ମତଦାନ ୧୧ ତାରିଖ ଭୋଟ ଗ୍ରହଣ ପରିସମାପ୍ତି ପର୍ଯ୍ୟନ୍ତ ଅର୍ଥାତ୍‌ ୪୮ ଘଣ୍ଟା ପୂର୍ବରୁ ଏବଂ ୧୪ ତାରିଖ ଭୋଟ ଗଣନା ସମ୍ପୂର୍ଣ୍ଣ ଦିନ ନୂଆପଡ଼ା ଜିଲାର ସମସ୍ତ ମଦଦୋକାନ ବନ୍ଦ ରହିବ। ନୂଆପଡ଼ା ବିଧାନସଭା ଉପନିର୍ବାଚନକୁ ଦୃଷ୍ଟିରେ ରଖି ଏହି ୩ଦିନ ‘ଡ୍ରାଏ ଡେ ବା ଶୁଷ୍କ ଦିବସ’ ଭାବରେ ଘୋଷଣା କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ମତଦାନ ତଥା ମଦର ଚୋରା ଓ ଅବୈଧ ଚାଲାଣ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଜିଲାପାଳ ମଧୁସୂଦନ ଦାସ ଘୋଷଣା କରିଛନ୍ତି l

error: Content is protected !!