ଦୁର୍ବୃତ୍ତ ମାନେ ଆଖିରେ ଲଙ୍କା ଗୁଣ୍ଡ ପକାଇ ଲୁଟିନେଲେ ତିନି ଲକ୍ଷ୍ୟରୁ ଉର୍ଦ୍ଧ୍ବ ଟଙ୍କା


ବନ୍ତ:(ସନ୍ତୋଷ କୁମାର ପେରେଇ):-ଦିନକୁ ଦିନ ହିଂସା, ଚୋରି, ଡକାୟତି, ଲୁଟ୍, ଆଉ ରାହାଜାନୀ ବୃଦ୍ଧି ପାଉଥିବା ବେଳେ ଏହା ଏକ ମୁଣ୍ଡ ବିନ୍ଧାର କାରଣ ପାଲଟି ଯାଇଛି ସେହିପରି ଏକ ଅଘଟଣ ଘଟିଛି ଭଦ୍ରକ ଜିଲ୍ଲା କେନ୍ଦୁଆପଦା ଫାଣ୍ଡି ଅଧୀନ, ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ର CSP ଗୋପାଳ ରାଉତ ଙ୍କର ସେ CSP ବନ୍ଦ କରି ଘରକୁ ବାଇକ୍ ଯୋଗେ ଯାଉଥିବା ସମୟରେ ତିନି ଜଣ ଦୁର୍ବୃତ୍ତ ଏକ ପଲ୍ସର ଗାଡ଼ିରେ ଆସି ଗୋପାଳ ଙ୍କ ଗାଡ଼ି ଆଗରେ ଆଡ଼ା ପକାଇ ହଟାତ ଆଖିକୁ ଲଙ୍କା ଗୁଣ୍ଡ ପକାଇ ତାଙ୍କ ବ୍ୟାଗ ଟିକୁ ଛଡ଼ାଇଲେ ଗୋପାଳ ବ୍ୟାଗ ଟିକୁ କଳେବଳେ ଭିଡି ଧରି ଥିଲେ ବ୍ୟାଗ ନ ଛାଡ଼ି ବାରୁ ତାର ହାତକୁ ଆଣିଥିବା ଭୁଜାଲି ଦ୍ବାରା ହାଣି ବ୍ୟାଗ କୁ ଛଡ଼ାଇ ନେଇ ଯାଇଥିଲେ ଉକ୍ତ ବ୍ୟାଗ୍ ରେ 326000 ଟଙ୍କା ଏକ ଲ୍ୟାପଟପ୍ ଥିଲା ଏହା ସହିତ ଗାଡ଼ିର ଚାବି ଦୁର୍ବୃତ୍ତ ମାନେ ନେଇ ଯାଇଥିଲେ ପାଟି ଶୁଣି ଲୋକମାନେ ପହଞ୍ଚି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରିଥିଲେ ଏହା ପୂର୍ବରୁ ଦୁଇ ଥର ଏମିତି ଅଘଟଣ ଘଟିଛି ଏ ଅଞ୍ଚଳର କୋକୁଆ ଭୟ ସୃଷ୍ଟି ହୋଇଛି ଯଦି ସ୍ଥାନୀୟ ପୋଲିସ ସକ୍ରିୟ ହୋଇ ପେଟ୍ରୋଲିଙ୍ଗ କରନ୍ତା ତେବେ ଏଭଳି ପରିସ୍ଥିତି ଘଟି ନ ଥାନ୍ତା ବୋଲି ବହୁ ବୁଦ୍ଧି ଯିବି, ଶିକ୍ଷାବିତ୍, ବରିଷ୍ଠ ନାଗରିକ ତଥା ସର୍ବ ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି ଦୁର୍ବୃତ୍ତଙ୍କୁ ସାମ୍ନା କରିଥିବା ଗୋପାଳ କଣ କହୁଛନ୍ତି।


error: Content is protected !!