ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲା । ଗିରଫ ହୋଇଥିବା ୧୧୪ ଜଣଙ୍କୁ ମିଳିଲା ଜାମିନ। ୫୦ ହଜାର ଟଙ୍କା ଓ ଦୁଇ ଜାମିନଦାରଙ୍କ ମୁଚାଲିକାରେ ଜାମିନ ମିଳିଛି। ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି । ଏ ନେଇ ହାଇକୋର୍ଟ ଓକିଲ ବିରଞ୍ଚି ନାରାୟଣ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି ।
ଏହି ଘଟଣାରେ ୧୨୦ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୧୪ ଜଣଙ୍କ ଜାମିନ ମଞ୍ଜୁର ହୋଇଛି। ଏମାନଙ୍କ ବେଲ୍ ପାଇଁ ୪୦ଜଣ ଓକିଲ ଆବେଦନ କରିଥିଲେ ।ବୁଧବାର ଅଶାୟୀ ମାନେ ଜାମିନରେ ଵ୍ରହ୍ମପୁର ଜେଲରୁ ବାହାରିବେ । ସେହିପରି ସେମାନଙ୍କ ପରିବାର ଲୋକଙ୍କ ଭିଡ଼ ଏବେ ଜେଲ୍ ବାହାରେ ଦେଖିବାକୁ ମିଳିଛି।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…