ପ୍ରବାଚକ ପ୍ରଶିକ୍ଷଣ ଶିବିରର ଦ୍ଵିତୀୟ ଦିବସ, ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ସହ ଦ୍ୱାରିକା କଥାମୃତ ପରିବେଷିତ


ଭୁବନେଶ୍ୱର ତା୨୩ରିଖ ଆର ସି ଏମ ଜଗନ୍ନାଥ ମନ୍ଦିର ପ୍ରେଖ୍ୟାଳୟ ଠାରେ ଶ୍ରୀମଦ ଭଗବତ ଗୀତା, ଭାଗବତ ଓ ସ୍କନ୍ଦ ପୁରାଣର ବ୍ୟାପକ ପ୍ରଚାର ଓ ପ୍ରସାର ସମ୍ବଳିତ “ପ୍ରବlଚକ ପ୍ରଶିକ୍ଷଣ ଶିବିର” ଦ୍ଵିତୀୟ ଦିବସ ରେ ଆଜି ଶ୍ରୀ କୃଷ୍ଣ ବାଲ୍ୟ ଲୀଳା ଓ ଦ୍ୱାରିକା ଲୀଳା ସଂସ୍କରଣ ସମାପନ ହୋଇଯାଇଛି l ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ନରେଶ ଚନ୍ଦ୍ର ଦାସ ଶ୍ରୀ କୃଷ୍ଣ ଙ୍କ ଦ୍ୱାରିକା ଲୀଳା ଉପରେ ପ୍ରବାଚକ ମାନଙ୍କୁ ପ୍ରଶିକ୍ଷିତ କରିଥିଲେ l ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ଙ୍କ କରକମଳରେ ଗତକାଲି ଶୁଭ ଉଦଘାଟନ ହୋଇଯାଇଛି l ଏହି ପ୍ରଶିକ୍ଷଣ ଶିବିର ଆସନ୍ତା କାଲି ୨୪ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସକାଳ୯ ରୁ ରାତ୍ରି ୯ଘଟିକା ପର୍ଯ୍ୟନ୍ତ ) ଚାଲିବ l ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ, ପୁରୀ ଓ ଶ୍ରୀ ଶ୍ରୀ ଜଗନ୍ନାଥ ନାମ ସଂକୀର୍ତ୍ତନ ପରିଷଦ, ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ଵରର ମିଳିତ ସହଯୋଗରେ ଏହି”ପ୍ରବଚକ ପ୍ରଶିକ୍ଷଣ ” କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ଖୋର୍ଦ୍ଧା ଜିଲ୍ଲାର ସଙ୍କୀର୍ତ୍ତନ ମଣ୍ଡଳୀର ଗାୟକ/ବାୟକ/ ସଭ୍ୟ-ସଭ୍ୟା, ଯେଉଁମାନେ ଭାଗବତ ଗୀତlର ସରଳ ପ୍ରଚାର ପ୍ରସାର ପାଇଁ ଆଗ୍ରହୀ ହୋଇ ପ୍ରବlଚକ ଦାୟିତ୍ଵ ନେଇ ଶ୍ରୀମଦ ଭଗବଦ ଗୀତା, ଭାଗବତ ଓ ସ୍କନ୍ଦ ପୁରାଣର ପ୍ରବଚନ ମାଧ୍ୟମରେ ଗ୍ରାମାଞ୍ଚଳ, ଶିକ୍ଷାନୁଷ୍ଠାନ ଓ ସହରାଞ୍ଚଳରେ ଆୟୋଜନ କରି ଧାର୍ମିକ, ଆଧ୍ୟତ୍ମିକ ସାମାଜିକ ମୂଲ୍ୟବୋଧର ପ୍ରଚାର କରିବେ, ସେମାନଙ୍କୁ ଉତ୍ତମ ପ୍ରବଚନ ପ୍ରଦାନ ଶୈଳୀ ସମ୍ପର୍କରେ ଏହି ପ୍ରବlଚକ ପ୍ରଶିକ୍ଷଣ ଶିବିରରେ ତାଲିମ୍ ପ୍ରଦାନ କରାଯlଉଛି l ପ୍ରଶିକ୍ଷଣ ନେବା ପରେ ସେମାନେ ଉତ୍ତମ ପ୍ରଚାର ପ୍ରସାର ଦାୟିତ୍ଵ ମଧ୍ୟ ନେବେ ଏବଂ ବ୍ୟାପକ ପ୍ରଚାର ପ୍ରସାର କରିବେ l ଆଜିର କାର୍ଯ୍ୟକ୍ରମକୁ ଶ୍ରୀ ଜଗନ୍ନାଥ ମହିମା ରାଷ୍ଟ୍ରୀୟ ପ୍ରବାଚକ ବାବା ସତ୍ୟାନନ୍ଦ ଦାସ ମହାରାଜ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରି ଶ୍ରୀ କୃଷ୍ଣଙ୍କ ଗୋପପୁର ଏବଂ ମଥୁରା ରେ ବାଲ୍ୟଲୀଳା ସମ୍ପର୍କ ରେ ପ୍ରବଚନ ସହିତ କେଉଁ ଉପାୟ ଅବଲମ୍ବନ କରି ଶ୍ରୋତା ମାନଙ୍କୁ ବିମୁଗ୍ଧ କରିବେ ସେହି ଉପରେ ଆଲୋଚନା କରି ଥିଲେ l ମହାପ୍ରଭୁଙ୍କ ସମର୍ପିତ ହୋଇ l ସଂଯୋଜକ ବାସୁଦେବ ଭଟ୍ଟଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସଂଗଠନ ସଚିବ ଡା କରୁଣାକର ପ୍ରଧାନ ସଂଚାଳନ କରିଥିଲେ l ସଭାପତି ସୁଦର୍ଶନ ନାୟକ, ଆର ସି ଏମ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ପ୍ରବୀର ପାଲ, ସଂଯୋଜକ ପ୍ରସନ୍ନ ବିଷୋୟୀ, ପ୍ରଦୀପ ସାହୁ,ରାମ ନାରାୟଣ ମହାନ୍ତି, ଜଗନ୍ନାଥ ପଣ୍ଡା ,ହରେକୃଷ୍ଣ ପ୍ରତିହାରୀ ଆଦି ବିଭିନ୍ନ ପର୍ଯ୍ୟାୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଂଚଳନା କରିଥିଲେ l ଶ୍ରୀ ଜଗନ୍ନାଥ ନାମ ସଂକୀର୍ତନ ପରିଷଦ ଖୋର୍ଦ୍ଧା, ର ସଭାପତି ପ୍ରସନ୍ନ ବଡ଼ଜେନା,ସମ୍ପାଦକ ସୁଦର୍ଶନ ଚମ୍ପତି,ପ୍ରଶାନ୍ତ ସ୍ୱାଇଁ, ମାୟାଧର ହୋତା, କାଶୀନାଥ ଜେନା, ଲକ୍ଷ୍ମୀଧର ବେହେରା, ଲାବଣ୍ୟ ଜୟସିଂ,ବେଣୁଧର ଜେନା, ଅକ୍ଷୟ ବରାଳ, ଦୁର୍ଯୟ ମହାନ୍ତି, ନିରାକାର ଜେନା, ପ୍ରତାପ ଜେନା, ଦେବେନ୍ଦ୍ର ବରାଳ ଆଦିଙ୍କ ନେତୃତ୍ୱରେ ବିଭିନ୍ନ ବ୍ଲକ ରୁ ୪୦୦ରୁ ଉର୍ଦ୍ଧ ପ୍ରଶିକ୍ଷାର୍ଥୀ ପ୍ରବାଚକ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷଣ ନେଉଛନ୍ତି l ସଂସ୍କୃତି ବିଭାଗ ଅନୁମୋଦିତ ଅଭିପସା ପରିଛା ଓ ସାଥୀଙ୍କ ଦ୍ୱାରା ଭଜନ, ଏବଂ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା l ସୁବ୍ରତ,ଶୁଭକାନ୍ତ, ସୁଶୀଲ, ପୂଜା, କୁଳମଣି, ଯୋଗେଶ ଆଦି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ପୁରୀ ଗୋବର୍ଦ୍ଧନ ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳlନନ୍ଦ ସରସ୍ବତୀ ଅଭାସି ମାଧ୍ୟମରେ ଆସନ୍ତା କାଲି ଉଦଯାପନ କରିବାର କାର୍ଯ୍ୟକ୍ରମ ରହିଛି l


error: Content is protected !!