ବାଲେଶ୍ଵର:(ଭଗବାନ ପଣ୍ଡା):- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ ସୁନ୍ଦରପୁର ହାଇସ୍କୁଲ ପାଖଦେଇ ସୁନ୍ଦରପୁର ଗ୍ରାମର ବାଲିଆସାହିକୁ ଯାଇଛି ପକ୍କା ରାସ୍ତା । ଯାହା ସୁନ୍ଦରପୁର ଗ୍ରାମର ୧ ନମ୍ବର ୱାର୍ଡ ଅଟେ । ଏହି ୱାର୍ଡର ଲୋକ ସଂଖ୍ଯା ପ୍ରାୟ ୨୫୦ ହେବ । ଏହି ରାସ୍ତାର ପ୍ରାୟ ୧୦୦ ମିଟରରୁ ଉର୍ଦ୍ଧ୍ବ ମାଟିରାସ୍ତା ଅଛି । ସାମାନ୍ୟ ବର୍ଷା ହେଲେ ରାସ୍ତାର ଅବସ୍ଥା ଏତେ ଶୋଚନୀୟ ହୋଇ ପଡୁଛି ଯାହାକି ଲୋକମାନେ ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ସମୟରେ ସ୍କୁଲ କଲେଜ ପିଲାମାନେ ଜୋତ ହାତରେ ଧରି ଯାଆନ୍ତି । କିଛିଦିନ ତଳେ ରାସ୍ତା ପଡିଯାଇ ଜଣେ ସ୍କୁଲ ପିଲାର ମୁଣ୍ଡ ଫାଟି ଯିବାରୁ ସ୍କୁଲ ଯାଇପାରୁ ନାହିଁ । ଯାହା ଫଳରେ ତା’ର ପାଠପଢ଼ାରେ ବ୍ଯାଘାତ ସୃଷ୍ଟି ହୋଇଥିବା ଦେଖାଯାଇଛି । ଏହି ଖରାପ ରାସ୍ତାରେ ପଡିଯାଇ ଅନ୍ୟ କେତେଜଣ ପିଲାଙ୍କର ମଧ୍ୟ ଗୋଡହାତ ଖଣ୍ଡିଆ ଖାବରା ହୋଇଥିବା ଦେଖାଯାଇଛି । ସ୍କୁଲ ପିଲାଙ୍କୁ ଆଣିବା ପାଇଁ ଯାଇ ପାରୁନାହିଁ ଗାଡି । ଜରୁରୀ କାଳୀନ ସମୟରେ ଆମ୍ବୁଲାନ୍ସ କି ଦମକଳ ଗାଡି ମଧ୍ୟ ଯାଇ ପାରୁନାହିଁ । ଏପରିସ୍ଥଳେ ରାସ୍ତା ମରାମତି ନହେବା ବଡ଼ ଦୁଃଖଦାୟକ କଥା । ସ୍ଥାନୀୟ ବିଧାୟକ ନଡ଼ିଆ ପିଟି ଶୁଭ ଦେଇଥିଲେ ମଧ୍ୟ ୧ ବର୍ଷରୁ ଉର୍ଦ୍ଧ୍ବ ହେବ ହୋଇପାରୁନି ମରାମତି । ଏବିଷୟରେ ନୟାଖଣ୍ଡି ସରପଞ୍ଚ ପ୍ରତିନିଧିଙ୍କୁ ଯୋଗାଯୋଗ କରାଯାଇଥିଲା, ସେ କହିଲେ ରାସ୍ତା ଖରାପ ବାବଦରେ ବାଲିଆସାହିରୁ ଅଭିଯୋଗ ଆସିଥିଲା, ତାହା ବିଡିଓ ନିକଟରେ ଉପସ୍ଥାପନ କରିଛୁ, ବର୍ତ୍ତମାନ ଟଙ୍କା ନାହିଁ ଟଙ୍କା ଆସିଲେ ବାଲିଆସାହି ରାସ୍ତା ମରାମତି ପାଇଁ ଧ୍ୟାନ ଦିଆଯିବ ବୋଲି ପ୍ରକାଶ କରିଥିଲେ । ଅପରପକ୍ଷେ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ୱାର୍ଡବାସୀ ନିବେଦନ କରିଛନ୍ତି ।।
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ
ପୋଲ ଉପରେ ୨ ଫୁଟର ପାଣି