ନୂଆପଡ଼ାର ଆଦିବାସୀ ଜନଜାତି ପ୍ରତି ଅବହେଳା ହୋଇଛି କହିଲେ ମୁଖ୍ୟମନ୍ତ୍ରୀ। ଅଭୟାରଣ୍ୟ ଭିତରେ ଥିବା ସୁନାବେଡ଼ା ଗାଁରେ କହିଲେ ମୁଖ୍ୟମନ୍ତ୍ରୀ।ନବୀନ ବାବୁ ଆଦିବାସୀଙ୍କ ପ୍ରତି ଅବହେଳା କରିଛନ୍ତି ମୁଖ୍ୟମନ୍ତ୍ରୀ। ‘ଖାଲି ଭୁବନେଶ୍ୱରରେ ରହି କହିଲେ ଆପଣମାନେ ଖୁସି ତ’। ‘ବିରୋଧୀଦଳ ନେତା ତାଙ୍କ ପ୍ରାର୍ଥୀଙ୍କୁ ସାଙ୍ଗରେ ନେଇକି ଯାଉନାହାନ୍ତି’।ନବୀନ ବାବୁ ଯଦି ଆପଣଙ୍କ ଅଞ୍ଚଳକୁ ଆସିବେ ତେବେ କି ଭାଷାରେ କହିବେ।କେବଳ ଇଂଲିଶରେ କହିବେ, ୩୦ ବର୍ଷ ହେଲା ଆସି ଓଡ଼ିଆ ଶିଖିପାରିଲେନି।’ମୁଁ ଆଦିବାସୀ ପରିବାରର, ତେଣୁ ମୁଁ ଆଦିବାସୀଙ୍କ ଦୁଃଖ ବୁଝିପାରୁଛି’।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ନବୀନ ବାବୁ ସୁନାବେଡ଼ାକୁ କେବେ ଆସି ନାହାନ୍ତି । ୧୪ ତାରିଖ ପରେ ଆପଣ ଆଉ କାହାକୁ ଦେଖି ପାରିବେ ନାହିଁ । କେବଳ ଜୟ ଢୋଲକିଆ ଓ ମୋହନ ମାଝୀଙ୍କୁ ଦେଖିବେ ଏବଂ ଆପଣଙ୍କ ପାଖକୁ ଆସିବେ । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

More Stories
ପୋଖରୀରେ ପଡି ଶିଶୁ ମୃତ |
ଏଲପିଜି ନିୟନ୍ତ୍ରଣ ଆଦେଶ ପିଏନଜି ସଂଯୋଗ ଥିବା ଉପଭୋକ୍ତାଙ୍କ ଦ୍ୱାରା ଏଲପିଜି ସଂଯୋଗ ତ୍ୟାଗକୁ ବାଧ୍ୟତାମୂଳକ କରିଛି |
ଘୂର୍ଣ୍ଣିଝଡ଼ ତାଣ୍ଡବ: ୨ ମୃତ |