ବିଜେଡିର ସଂଗୀନ ଅଭିଯୋଗ । ଶାସକ ଦଳ ଭାଙ୍ଗୁଛି ଆଦର୍ଶ ଆଚରଣ ବିଧି । ଏହି ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜୁ ଜନତା ଦଳ । ଗତକାଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରଚାରରେ ଭୟଭୀତ ହୋଇ ଆଜି ମୁଖ୍ୟମନ୍ତ୍ରୀ ନୂଆପଡା ଯାଇଛନ୍ତି । ହେଲେ ଏହି ଗସ୍ତ ପାଇଁ ଖରିଆର ରୋଡ଼କୁ କାହିଁକି ବ୍ଲକ କରାଗଲା ବୋଲି ବିଜେଡି ପ୍ରଶ୍ନ କରିଛି ।
ନୂଆପଡାରେ ଜିଲ୍ଲାପାଳ, ଏସପି ଓ ଆଇଜି ହିମାଂଶୁ ଲାଲ ସରକାରୀ ଦଳ ବିଜେପିର ଗୁମାସ୍ତା ସାଜିଥିବା ନେଇ ଅଭିଯୋଗ କରିଛି ବିଜେଡି । ଗତକାଲି ମଧ୍ୟ ଜାଣିଶୁଣି ବିନା କାରଣରେ ବିମାନ ବନ୍ଦରରେ ନବୀନ ପଟ୍ଟନାୟକଙ୍କୁ ବ୍ଲକ କରାଗଲା । ଯେଉଁଥି ପାଇଁ ତାଙ୍କ ଗୋଡ଼ରେ ଆଘାତ ଲାଗିଲା । ତାଙ୍କ ସଭାରୁ ଲୋକ ପଳାନ୍ତୁ ବୋଲି ଏହି ଚକ୍ରାନ୍ତ କରାଯାଇଥିଲା ।
ହେଲେ ନୂଆପଡାବାସୀ ନବୀନଙ୍କୁ ନିଜ ଭଲ ପାଇବା ଅଜାଡି ଦେଇଥିଲେ । ସେହିପରି ଗଞ୍ଜାମର ଏକ ସ୍କୁଲ କିରାଣୀ ରଂଜିତ ପାତ୍ର ନୂଆପଡା ଯାଇ ବିଜେପି ପାଇଁ ପ୍ରଚାର କରୁଛନ୍ତି । ରଂଜିତ ଜଣେ ବିଜେପି ବିଧାୟକଙ୍କ ସମ୍ପର୍କୀୟ ବୋଲି ଶୁଣିବାକୁ ମିଳିଛି । ଯଦି ଏହା ସତ, ଏହା ସାଙ୍ଘାତିକ । ନିଜ ପରିବାର ଲୋକ ଓ ସରକାରୀ କଳକୁ ଲଗାଇ ଭୋଟ ହାତେଇବାକୁ ବିଜେପି ଚେଷ୍ଟା କରୁଛି । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ସରକାରୀ ଅଧିକାରୀ ଯେପରି ବିଜେପି ନେତାଙ୍କ ସହ ଏହି ଉପନିର୍ବାଚନ ସମୟରେ ନ ମିଶନ୍ତି, ସେ ନେଇ ପଦକ୍ଷେପ ନେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛି ବିଜେଡି ।

More Stories
ରବୀନ୍ଦ୍ର ଜେନାଙ୍କ ବିଜେପି ଯୋଗଦାନରେ ମୋର ସହମତି ନଥିଲା : ପ୍ରତାପ ଷଡ଼ଙ୍ଗୀ
ପଶ୍ଚିମ ଏସିଆରେ ସାମ୍ପ୍ରତିକ ପରିସ୍ଥିତି : ପେଟ୍ରୋଲ–ଡିଜେଲ ପର୍ଯ୍ୟାପ୍ତ ଷ୍ଟକ୍ ରହିଛି, ଭୟଭୀତ ହୋଇ କ୍ରୟ ନକରିବାକୁ ସରକାରଙ୍କ ପରାମର୍ଶ |
ଗ୍ୟାସ ସଙ୍କଟ ଦେଖାଦେବା ପରେ କଟକ ପ୍ରଶାସନର ତତ୍ପରତା