ଜେଲରେ ମିଳୁଛି ହୋଟେଲ ଭଳି ସୁବିଧା। ଦୁଷ୍କର୍ମ, ହତ୍ୟା ଓ ସୁନା ଚୋରା ଚାଲାଣ ଭଳି ଅପରାଧରେ ଜଡ଼ିତ କୁଖ୍ୟାତ ଅପରାଧୀଙ୍କୁ ଜେଲରେ ସବୁ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଛି। ମୋବାଇଲ ଠାରୁ ଆରମ୍ଭ କରି ସେମାନଙ୍କ ପାଇଁ ଟିଭି ଉପଲବ୍ଧ ରହିଛି। ସେହିପରି ଜେଲର ବାରାକରେ ନିଜ ଇଚ୍ଛାରେ ଜଣେ କଏଦୀ ରୋଷେଇ କରି ଖାଉଥିବାର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି।ବେଙ୍ଗାଲୁରୁ ର ପରାପ୍ପନ୍ନା ଅଗ୍ରାହର କେନ୍ଦ୍ରୀୟ ଜେଲ ରୁ ଏପରି ଦୃଶ୍ୟ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ସାମ୍ନାକୁ ଆସିଥିବା ଭିଡିଓ ଓ ଫଟୋରେ ସିରିଏଲ ଦୁଷ୍କର୍ମକାରୀ ତଥା ହତ୍ୟାକାରୀ ଉମେଶ ରେଡ୍ଡୀ ଜେଲ ଭିତରେ ମୋବାଇଲ ବ୍ୟବହାର କରିବା ସହ ବେଧଡ଼କ ଅନ୍ଦାଜରେ ଟିଭି ଦେଖୁଥିବା ଦେଖିବାକୁ ମିଳୁଛି।ରେଡ୍ଡୀ ୨୦ ଜଣ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା। ଏଥିପାଇଁ ୨୦୦୯ରେ କର୍ଣ୍ଣାଟକା ହାଇକୋର୍ଟ ତାକୁ ମୃତ୍ୟୁଦଣ୍ଡ ଦେଇଥିଲେ। ୨୦୧୧ରେ ସୁପ୍ରିମକୋର୍ଟ ଏହାକୁ କାଏମ ରଖିଥିଲେ। କିନ୍ତୁ ଏହାପରେ ସେ କ୍ଷମା ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରିଥିଲା। ସୁପ୍ରିମକୋର୍ଟ ତା’ର ମୃତ୍ୟୁଦଣ୍ଡକୁ ୨୦୨୨ରେ ୩୦ ବର୍ଷର ଜେଲଦଣ୍ଡରେ ବଦଳାଇ ଦେଇଥିଲେ।ସେ ଏବେ ବେଙ୍ଗାଲୁରୁ କେନ୍ଦ୍ରୀୟ ଜେଲରେ ରହିଛି। ସେଠାରେ ତା’କୁ ରାଜକୀୟ ସୁବିଧା ସୁଯୋଗ ମିଳୁଛି। ସାମ୍ନାକୁ ଆସିଥିବା ଭିଡିଓରେ ଉମେଶ ରେଡ୍ଡୀ ୨ଟି ସ୍ମାର୍ଟଫୋନ ଓ ଗୋଟିଏ କିପ୍ୟାଡ ମୋବାଇଲ ଜେଲ ଭିତରେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଜେଲ କର୍ତ୍ତୃପକ୍ଷ ମଧ୍ୟ ଏ ସମ୍ପର୍କରେ ବେଶ ଅବଗତ ରହିଛନ୍ତି। ସେ ରହୁଥିବା ବାରାକରେ ଗୋଟିଏ ଟିଭି ଲାଗିଥିବା ମଧ୍ୟ ଦେଖାଯାଉଛି।କେବଳ ରେଡ୍ଡୀ ନୁହେଁ, ରାନ୍ୟା ରାଓ ସୁନା ଚୋରାଚାଲାଣ ମାମଲାରେ ଗିରଫ ହୋଇଥିବା ତରୁନ ରାଜୁ ମଧ୍ୟ ଜେଲ ଭିତରେ ମୋବାଇଲ ବ୍ୟବହାର କରୁଛି। ସେ ନିଜର ସେଲରେ ରୋଷେଇ କରିବା ସହ ଘର ଭଳି ସେଠାରେ ବସି ମୋବାଇଲ ଚିପୁଥିବା ଦେଖାଯାଉଛି। ଜେନେଭା ଖସି ଯିବାକୁ ଚେଷ୍ଟା କରିବା ବେଳେ ତରୁନକୁ ଗିରଫ କରାଯାଇଥିଲା।ରାନ୍ୟା ରାଓଙ୍କୁ ଦୁବାଇରେ ସୁନା ଦେବା ଘଟଣାର ମାଷ୍ଟରମାଇଣ୍ତ ହେଉଛି ତରୁନ। ରାନ୍ୟା ହେଉଛନ୍ତି ଜଣେ ବରିଷ୍ଠ ଆଇପିଏସଙ୍କ ଝିଅ। ଏବେ ତୁରନ, ରେଡ୍ଡୀ ଓ ଅନ୍ୟ କଏଦୀଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। କର୍ଣ୍ଣାଟକାର କଂଗ୍ରେସ ସରକାର ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି। - Now Odisha
Skip to content
Post Views: 12
error: Content is protected !!
More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |