ଭୟଙ୍କର କାଣ୍ଡ ଘଟାଇଛନ୍ତି ଜଣେ ପୁଲିସ ବାବୁ। ମଦ ନିଶାରେ ଜଣେ ଏଏସ୍ଆଇ ନିଜର ଗାଡ଼ିକୁ ଏକାଧିକ ବାଇକ ଉପରେ ଚଢ଼ାଇ ଦେଇଛନ୍ତି। ଏପରି କି ମଦୁଆ ପୁଲିସ ବାବୁ ଜଣେ ଶିକ୍ଷକଙ୍କ ଉପରେ ଗାଡ଼ି ମଡ଼ାଇ ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ମଦ୍ୟପ ପୁଲିସ ବାବୁଙ୍କ ଯୋଗୁ ମଧ୍ୟପ୍ରଦେଶ ର ନୀମୁଚ-ଜୱାଦ ରାସ୍ତାରେ ଉପସ୍ଥିତ ଥିବା ଲୋକମାନେ ପୂରା ଆତଙ୍କିତ ହୋଇ ପଡ଼ିଛନ୍ତି।ନୀମୁଚର ଭାରଭାଡିଆ ଗାଁ ନିକଟରେ ପୂରା ଘଟଣା ଘଟିଥିବା ବେଳେ ପୁଲିସ୍ ବାବୁଙ୍କ ଗାଡ଼ି ଧକ୍କାରେ ଜଣେ ଶିକ୍ଷକ ଆଖି ବୁଜିଛନ୍ତି। ତାଙ୍କର ପତ୍ନୀ ଓ ଦୁଇ ଛୋଟ ଛୁଆ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ଯେ ଏଏସଆଇ ମନୋଜ ଯାଦବ ଏତେ ମଦ ପିଇଥିଲେ ଯେ ସେ ଠିକ ଭାବେ ଛିଡ଼ା ହୋଇ ପାରୁ ନଥିଲେ। ସେହି ଅବସ୍ଥାରେ ସେ ଗାଡ଼ି ଚଳାଇବା ସହ ଗୋଟିଏ ପରେ ଗୋଟିଏ ବାଇକୁ ରାସ୍ତାରେ ଧକ୍କା ଦେଇ ଚାଲିଥିଲେ। ତାଙ୍କ ଗାଡ଼ି ଧକ୍କାରେ ଏକାଧିକ ଲୋକ ଆହତ ହୋଇଛନ୍ତି। ଜଣେ ଶିକ୍ଷକଙ୍କ ମୃତ୍ୟୁ ମଧ୍ୟ ହୋଇଛି।ସିରିଜ ଦୁର୍ଘଟଣା ପରେ ଯାଦବ ଗାଡ଼ିରୁ ବାହାରୁ ଥିଲେ। ତାଙ୍କ ପାଟିରୁ ମଦର ଗନ୍ଧ ବାହାରୁଥିଲା। ସେ ଗାଡ଼ିରୁ ଟଳମଳ ଅବସ୍ଥାରେ ଓହ୍ଲାଇବା ବେଳେ ଲୋକମାନେ ରାସ୍ତାରେ ରକ୍ତାକ୍ତ ହୋଇ ପଡ଼ି ରହିଥିଲେ। ପୁଲିସ୍ ପରବର୍ତ୍ତୀ ଅବସ୍ଥାରେ ଯାଦବଙ୍କ ଗାଡ଼ିରୁ ମଦ ବୋତଲ ଓ ଗ୍ଲାସକୁ ଜବତ କରିଛି।ଏଏସ୍ଆଇ ଯାଦବଙ୍କ ଗାଡ଼ି ଧକ୍କାରେ ପ୍ରାଣ ହରାଇଥିବା ଶିକ୍ଷକ ଜଣଙ୍କ ହେଲେ ୪୨ ବର୍ଷୀୟ ଦଶରଥ। ସେ ତାଙ୍କ ପତ୍ନୀ ଲଳିତା ବାଈ(୩୫), ପୁଅ ହରର୍ଷିତ(୧୦) ଓ ଝିଅ ଜୟା(୬)ଙ୍କ ସହ ପରିବା କିଣି ଘରକୁ ଫେରୁଥିଲେ। ଏହି ସମୟରେ ସେମାନଙ୍କୁ ଧକ୍କା ଦେଇଥିଲେ ଯାଦବ। ଦଶରଥ ଘଟଣା ସ୍ଥଳରେ ପ୍ରାଣ ହରାଇଥିବା ବେଳେ ଅନ୍ୟମାନେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।ଘଟଣା ପରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରି ଯାଦବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଖବର ପାଇ ବରିଷ୍ଠ ଅଧିକାରୀମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ସେହିପରି ନୀମୁଚ ଏସ୍ପି ତୁରନ୍ତ ଏଏସ୍ଆଇ ଯାଦବଙ୍କୁ ନିଲମ୍ବନ କରିଛନ୍ତି। ସେହିପରି ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଛି। admin November 9, 2025 Spread the love Post Views: 0 Continue Reading Previous: ନୂଆପଡ଼ା : ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷଦିନ। ରବିବାର ଅପରାହ୍ନ ୪ଟାରୁ ସାଇଲେନ୍ସ ପିରିୟଡ ଲାଗୁ ହେବ। ସାଇଲେନ୍ସ ପିରିୟଡ ପୂର୍ବରୁ ସମସ୍ତ ପ୍ରଚାର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର। ବାହାର ଲୋକଙ୍କୁ ନୂଆପଡ଼ା ଛାଡ଼ିବାକୁ କଡ଼ା ନିର୍ଦ୍ଦେଶାନାମା ଜାରି ହୋଇଛି। ଭୋଟିଂର ୪୮ ଘଣ୍ଟା ପୂର୍ବରୁ ନିର୍ବାଚନ କଣ୍ଟେଣ୍ଟ ପ୍ରସାରଣ ନ କରିବାକୁ ଅପିଲ ମଧ୍ୟ କରାଯାଇଛି। ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିବେଶରେ ମତଦାନ କରିବାକୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି ହୋଇଛି।Next: ଜେଲରେ ମିଳୁଛି ହୋଟେଲ ଭଳି ସୁବିଧା। ଦୁଷ୍କର୍ମ, ହତ୍ୟା ଓ ସୁନା ଚୋରା ଚାଲାଣ ଭଳି ଅପରାଧରେ ଜଡ଼ିତ କୁଖ୍ୟାତ ଅପରାଧୀଙ୍କୁ ଜେଲରେ ସବୁ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଛି। ମୋବାଇଲ ଠାରୁ ଆରମ୍ଭ କରି ସେମାନଙ୍କ ପାଇଁ ଟିଭି ଉପଲବ୍ଧ ରହିଛି। ସେହିପରି ଜେଲର ବାରାକରେ ନିଜ ଇଚ୍ଛାରେ ଜଣେ କଏଦୀ ରୋଷେଇ କରି ଖାଉଥିବାର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି।ବେଙ୍ଗାଲୁରୁ ର ପରାପ୍ପନ୍ନା ଅଗ୍ରାହର କେନ୍ଦ୍ରୀୟ ଜେଲ ରୁ ଏପରି ଦୃଶ୍ୟ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ସାମ୍ନାକୁ ଆସିଥିବା ଭିଡିଓ ଓ ଫଟୋରେ ସିରିଏଲ ଦୁଷ୍କର୍ମକାରୀ ତଥା ହତ୍ୟାକାରୀ ଉମେଶ ରେଡ୍ଡୀ ଜେଲ ଭିତରେ ମୋବାଇଲ ବ୍ୟବହାର କରିବା ସହ ବେଧଡ଼କ ଅନ୍ଦାଜରେ ଟିଭି ଦେଖୁଥିବା ଦେଖିବାକୁ ମିଳୁଛି।ରେଡ୍ଡୀ ୨୦ ଜଣ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା। ଏଥିପାଇଁ ୨୦୦୯ରେ କର୍ଣ୍ଣାଟକା ହାଇକୋର୍ଟ ତାକୁ ମୃତ୍ୟୁଦଣ୍ଡ ଦେଇଥିଲେ। ୨୦୧୧ରେ ସୁପ୍ରିମକୋର୍ଟ ଏହାକୁ କାଏମ ରଖିଥିଲେ। କିନ୍ତୁ ଏହାପରେ ସେ କ୍ଷମା ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରିଥିଲା। ସୁପ୍ରିମକୋର୍ଟ ତା’ର ମୃତ୍ୟୁଦଣ୍ଡକୁ ୨୦୨୨ରେ ୩୦ ବର୍ଷର ଜେଲଦଣ୍ଡରେ ବଦଳାଇ ଦେଇଥିଲେ।ସେ ଏବେ ବେଙ୍ଗାଲୁରୁ କେନ୍ଦ୍ରୀୟ ଜେଲରେ ରହିଛି। ସେଠାରେ ତା’କୁ ରାଜକୀୟ ସୁବିଧା ସୁଯୋଗ ମିଳୁଛି। ସାମ୍ନାକୁ ଆସିଥିବା ଭିଡିଓରେ ଉମେଶ ରେଡ୍ଡୀ ୨ଟି ସ୍ମାର୍ଟଫୋନ ଓ ଗୋଟିଏ କିପ୍ୟାଡ ମୋବାଇଲ ଜେଲ ଭିତରେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଜେଲ କର୍ତ୍ତୃପକ୍ଷ ମଧ୍ୟ ଏ ସମ୍ପର୍କରେ ବେଶ ଅବଗତ ରହିଛନ୍ତି। ସେ ରହୁଥିବା ବାରାକରେ ଗୋଟିଏ ଟିଭି ଲାଗିଥିବା ମଧ୍ୟ ଦେଖାଯାଉଛି।କେବଳ ରେଡ୍ଡୀ ନୁହେଁ, ରାନ୍ୟା ରାଓ ସୁନା ଚୋରାଚାଲାଣ ମାମଲାରେ ଗିରଫ ହୋଇଥିବା ତରୁନ ରାଜୁ ମଧ୍ୟ ଜେଲ ଭିତରେ ମୋବାଇଲ ବ୍ୟବହାର କରୁଛି। ସେ ନିଜର ସେଲରେ ରୋଷେଇ କରିବା ସହ ଘର ଭଳି ସେଠାରେ ବସି ମୋବାଇଲ ଚିପୁଥିବା ଦେଖାଯାଉଛି। ଜେନେଭା ଖସି ଯିବାକୁ ଚେଷ୍ଟା କରିବା ବେଳେ ତରୁନକୁ ଗିରଫ କରାଯାଇଥିଲା।ରାନ୍ୟା ରାଓଙ୍କୁ ଦୁବାଇରେ ସୁନା ଦେବା ଘଟଣାର ମାଷ୍ଟରମାଇଣ୍ତ ହେଉଛି ତରୁନ। ରାନ୍ୟା ହେଉଛନ୍ତି ଜଣେ ବରିଷ୍ଠ ଆଇପିଏସଙ୍କ ଝିଅ। ଏବେ ତୁରନ, ରେଡ୍ଡୀ ଓ ଅନ୍ୟ କଏଦୀଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। କର୍ଣ୍ଣାଟକାର କଂଗ୍ରେସ ସରକାର ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି। Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ