ଦିଲ୍ଲୀରେ ହୋଇଥିବା ବିସ୍ଫୋରଣରେ ପୁଣି ଏକ ନୂଆ ଟ୍ବିଷ୍ଟ ସାମ୍ନାକୁ ଆସିଛି। କାର ଓନରଙ୍କୁ ଗିରଫ କରାଯାଇଥିବା ବେଳେ ଗାଡି ପ୍ରକୃତରେ କାହାର ବୋଲି ସସପେନ୍ସ ବଢିବାରେ ଲାଗିଛି। ପରିବାର ଲୋକଙ୍କ କଥା ସମ୍ପୂର୍ଣ୍ଣ କିଛି ଭିନ୍ନ କହୁଛି।
ଗୋଟିଏ ପଟେ ଗାଡି ଓନରଙ୍କୁ ଧରିଥିବା ବେଳେ କାହାଣୀର ମୁଖ୍ଯ ବା ମାଷ୍ଟରମାଇଣ୍ଡ କୁହାଯାଉଥିବା ଅମିର ଓ ଉମରଙ୍କୁ ପୋଲିସ ଅଟକାଇ ରଖିଛି।
ମାତ୍ର ଯେତେବେଳେ ଅମିର ଓ ଉମର ପରିବାର ଲୋକଙ୍କ ପତ୍ତା ମିଳିଲା କାହାଣୀରେ ଆଉ ଏକ ନୁଆ ଟ୍ବିଷ୍ଟ ସାମ୍ନାକୁ ଆସିଲା।
କାରଣ ପରିବାର ଲୋକ ସମ୍ପୂର୍ଣ୍ଣ ଭିନ୍ନ କଥା କହୁଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ ତାଙ୍କ ପାଖରେ ହରିୟାଣାର ନମ୍ବର ପ୍ଲେଟ ଥିବା କୌଣସି ଗାଡି ନାହିଁ। ଏପରିକି ତାଙ୍କ ପୁଅ କେବେ ମଧ୍ୟ ଦିଲ୍ଲୀ ଯାଇନଥିଲା ବୋଲି ପରିବାର ଲୋକ କହିଛନ୍ତି। ଓ ଏହି ଗାଡି ତାଙ୍କର ନୁହେଁ ବୋଲି ସେ ମନା କରିଛନ୍ତି।
କାହାଠାରୁ କିଣା ଯାଇଥିଲା କାର: କାରର ପ୍ରକୃତ ଓନର ମହମ୍ମଦ ସଲମାନଙ୍କୁ ପୋଲିସ ଆରେଷ୍ଟ କରିଛି। ସେ ଏହାକୁ ମାର୍ଚ୍ଚ ମାସରେ ଦେବେନ୍ଦ୍ର ନାମକ ଜଣେ ଲୋକଙ୍କୁ ବିକ୍ରି କରିଥିଲେ।
ପରେ ଦେବେନ୍ଦ୍ର ଅନ୍ଯ ଜଣେ ବ୍ଯକ୍ତି ଅମିରଙ୍କୁ ଏହି କାର ବିକି ଥିଲେ, ଯିଏକି କାର, ତାରିକ ନାମକ ଜଣେ ଲୋକକୁ ଦେଇଥିଲେ। ତାରିକ ଜାମ୍ମୁକାଶ୍ମିରରେ ଥିବା ପୁଲୱାମା ଜିଲ୍ଲାର ବାସିନ୍ଦା।
କିଛି ଦିନ କାର ବ୍ୟବହାର କରିବା ପରେ ସେ ଉମର ନାମକ ଜଣେ ଲୋକକୁ ଏହି କାର ଦେଇଥିଲେ। ପୋଲିସ ଉଭୟ ଅମିର ଓ ଉମରଙ୍କୁ ଅଟକ ରଖି ପଚରାଉଚରା ଚଲାଇଛି।
ଏହା ଆଗରୁ କରାଯାଇଥିବା ତଦନ୍ତରୁ ଜଣା ପଡିଥିଲା ମାତ୍ର ଏବେ ପରିବାର ଲୋକଙ୍କ ଭିନ୍ନ ପ୍ରତିକ୍ରିୟା ମିଳିଛି। ପାଖାପାଖି ୧୩ ଜଣଙ୍କୁ ଅଟକ ରଖିଛି ପୋଲିସ।

More Stories
ଓଡ଼ିଶାରେ ଘର ଭଡ଼ା ବ୍ୟବସ୍ଥାରେ ବଡ଼ ସଂସ୍କାର; ଲିଖିତ ଚୁକ୍ତି ବାଧ୍ୟତାମୂଳକ
ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କଲେ ରାଜ୍ୟପାଳ
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ