ସ୍ବଚ୍ଛତା ହିଁ ସେବା ଅଭିଯାନ ଶ୍ରମ ଦାନ ଦିବସ ଅନୁଷ୍ଠିତ


ବାଲେଶ୍ଵର:(ଭଗବାନ ପଣ୍ଡା):- ଅକ୍ଟୋବର ୧ତାରିଖ ଦିନ ସବୁ ପ୍ରଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ପଞ୍ଚାୟତ ଓ ଗ୍ରାମର ୧ଘଣ୍ଟା ଧରି ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ ସ୍ୱଚ୍ଛ ଭାରତ ମିଶନ ଦିବସ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ଆଜି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ତୁଡିଗଢିଆ ଅନ୍ତର୍ଗତ ଡାଲଙ୍ଗ ପଞ୍ଚାୟତ ଅନ୍ତର୍ଗତ ଡାଲଙ୍ଗ ଗ୍ରାମରେ ସ୍ବଚ୍ଛତା ହିଁ ସେବା ଅଭିଯାନ ଶ୍ରମ ଦାନ ଦିବସ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି ପରିଷ୍କାର ପରିଚ୍ଛନ୍ନ ପରିବେଶ ସଫା ରଖିବା ନେଇ ପ୍ରଥମେ ପଞ୍ଚାୟତରେ ଶପଥ ନେବା ସହ ପଞ୍ଚାୟତର ପରିଷ୍କାର ପରିଚ୍ଛନ୍ନ କରିବା ସହ ସାଉଣ୍ଡୁ ଲଗାଇ ପଞ୍ଚାୟତ ଠାରୁ ଗ୍ରାମ ପରିକ୍ରମା କରି ଚଣ୍ଡୀ ମନ୍ଦିର ସାମ୍ନାରେ ପରିଷ୍କାର ଓ ପରିଚ୍ଛନ୍ନ ପରିବେଶ ସଫା ରଖିବା ନିଜେ ସଜେତନ ହେବା ସହ ଗ୍ରାମରେ ଗ୍ରାମବାସୀ ମାନଙ୍କୁ ସାଉଣ୍ଡୁ ମାଧ୍ୟମରେ ଅଳିଆ ଆବର୍ଜ୍ଜନା ସବୁ ବାହାରେ ନ ପଖାଇ ଡଷ୍ଟବିନ୍ ପକାଇବା ବାହିରେ ଜାଗାରେ ମଳତ୍ୟାଗ ନକରି ପାଇଖାନାକୁ ଯିବା ସବୁ ଜାଗାରେ ପରିବେଶ ସଫା ରଖିବା ନେଇ ଭାଷଣ ମାଧ୍ୟମରେ ସଚେତନତା କରାଯାଇଥିଲା।ଏଇ ସ୍ଵଛ ଭାରତ ମିଶନରେ ଖଇରାଡି ସ୍କୁଲର ପ୍ରଧାନ ଶିକ୍ଷକ ବିରଞ୍ଜନ ଜେନା,ଜଳଦା ଡାଲଙ୍ଗ ଉଚ୍ଚ ବିଦ୍ୟା ପୀଠ ଖଣିଆ ପ୍ରଧାନ ଶିକ୍ଷୟତ୍ରୀ ଜୟନ୍ତୀ ନାୟକ,ପୂର୍ବତନ ସମିତି ସଭ୍ୟ ମନୋଜ ଦାସ,ପଞ୍ଚାୟତର ପିଓ ବିରେଦ୍ର ଜେନା,ଏମ୍ମିକେ ଜାଗ୍ୟସିନି ମଙ୍ଗଳ,ସମିତି ସଭ୍ୟାଙ୍କ ସ୍ବାମୀ ଦିନବନ୍ଧୁ ମାହାଣା,ସମିତି ସଭ୍ୟା ସୂର୍ଯ୍ୟ ମଣି ମହାପାତ୍ର,ନ୍ୟାୟ ସରପଞ୍ଚ ମମତା ପୃଷ୍ଟି,ପଞ୍ଚାୟତର ଜିଆରଏସ୍ କ୍ଷିରୋଦ କୁମାର ଜେନା,ଏସେସିଂ ଗ୍ରୁପର ମହିଳା,ଶିକ୍ଷକ ଓ ଶିକ୍ଷୟିତ୍ରୀ,ଅଙ୍ଗନବାଡ଼ି କର୍ମୀ,ପଞ୍ଚାୟତର କର୍ମୀ,ଏବଂ ଗ୍ରାମବାସୀମାନେ ଯୋଗ ଦେଇ ସ୍ଵଚ୍ଛ ଭାରତ ମିଶନ ଶ୍ରମ ଦାନ ଦିବସ ସୂଚାରୁ ରୁପେ ପାଳନ କରାଯାଇ ଥିବା ଦେଖିବାକୁ ମିଳିଛି।


error: Content is protected !!