ଜାତୀୟ ମୁକ ବଧିରଟି ୨୦ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲରେ ତାମିଲନାଡୁର ବଡ ବିଜୟ


ଭୁବନେଶ୍ବର(୧/୧୦/୨୩): ଓଡିଶାରେ ୨୫ ତାରିଖ ଠାରୁ ଆରମ୍ଭ ହୋଇଛି ଜାତୀୟ ମୁକ ବଧିରଟି ୨୦ କ୍ରିକେଟ ଟୁର୍ନାମେଣ୍ଟ।ଏଥିରେ ୨୦ ଟି ରାଜ୍ୟଦଳ ଭାଗ ନେଇଛନ୍ତି। ଏହି ଖେଳ ଟି ଭୁବନେଶ୍ବର ର ଇଷ୍ଟ କୋଷ୍ଟ ରେଲ ଷ୍ଟାଡିୟମ୍,ହାଇ ଟେକ୍ ମେଡିକାଲ କଲେଜ ଷ୍ଟାଡିୟମ, ଏବଂ ଇଡକୋ କ୍ରିକେଟ ଷ୍ଟାଡିୟମ ଭଳି ୩ ଟି ଷ୍ଟାଡିୟମ୍ ରେ ଅନୁଷ୍ଠିତ ହେଉଛି। ଆଜି ଅନ୍ତିମ ଦିନରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ସୁଜିତ କୁମାର,ପ୍ରମୋଦ ମିଶ୍ର,ଅରୁଣ ପଣ୍ଡା(ସିନିୟର ମ୍ୟାନେଜର ସେଲ ରାଉରକେଲା),ଅଭିନାସ ଖେମତା(ଇଣ୍ଡଷ୍ଟ୍ରିୟାଲିଷ୍ଟ),ଜ୍ୟାତିରମଇ ରଥ(ଡାଇରେକ୍ଟର,ଇନଚର ପ୍ରାଇଭେଟ ଲିମାଟେଡ),ସଞ୍ଜିବ ସାହୁ(ଅଏଲ ଇଣ୍ଡିଆ)ଲଳିତ ମୋହନ ମୋହାନ୍ତି(ମୁଖ୍ୟ ଖେଳ ପରିଚାଳକ ହାଇଟେକ),ରୋମା ବଲଓ୍ବାନି(ସିଇଓ,ଆଇଡିସିଏ),ସୁମିଥ ଜେନ୍ (ପ୍ରେସିଡେଣ୍ଟ,ଆଇଡିସିଏ) ଏବଂ ଓଡିଶା ଡିଫ୍ କ୍ରିକେଟ ଆସୋସିଏସନ୍ ଉପାଧ୍ୟକ୍ଷ ଅବସରପ୍ରାପ୍ତ କମାଣ୍ଡର ଡିକେ ମିଶ୍ର ଯୋଗଦେଇଥିଲେ।ବିସିସିଆଇ ଏନସିଏ କ୍ବାଲିଫାଇଡ କୋଚ ଦବଦତ କତର ରେ ଖେଳାଯିବାକୁ ଥିବା ବିଶ୍ବକପ ଦଳ ଘୋଷଣା କରିଛନ୍ତି। ଆଜିର ପ୍ରଥମ ସେମିଫାଇନାଲ ମ୍ୟାଚରେ ଆନ୍ଧ୍ରପ୍ରଦେଶ ପ୍ରଥମେ ବ୍ୟାଟିଂ କରି ୭୫ ରନ ସଂଗ୍ରହ କରିଥିଲେ ଯାହାର ପିଛାକରି କେରଳ ଦଳ ୬ ଓ୍ବିକେଟ ବିନିମୟରେ ୫୫ରନ ସଂଗ୍ରହ କରୀ ପରାସ୍ତ ହୋଇଛନ୍ତି। ଫାଇନାଲ ମ୍ୟାଚରେ ଆନ୍ଧ୍ରପ୍ରଦେଶ ପ୍ରଥମେ ବ୍ୟାଟିଂ କରି ୬ ଓ୍ବିକେଟ ରେ ୫୮ ରନ ସଂଗ୍ରହ କରିଥିଲେ ଯାହାର ପିଛା କରି ତାମିଲନାଡୁ ଦଳ ୮ ଓଭର ରେ ୩ ଓ୍ବିକେଟ ବିନିମୟରେ ୫୯ ରନ ସଂଗ୍ରହ କରି ବିଜୟ ହୋଇଛନ୍ତି।


error: Content is protected !!