March 14, 2026

Now Odisha

Now Odisha

ବିଶ୍ୱର ଅନେକ ଦେଶର ଲୋକ ଗଧ କ୍ଷୀର ସାବୁନକୁ ବହୁ ସଂଖ୍ୟାରେ କିଣୁଛନ୍ତି।

Spread the love

ଆଜିକାଲି ବିଶ୍ୱର ଅନେକ ଦେଶର ଲୋକ ଗଧ କ୍ଷୀର ସାବୁନକୁ ବହୁ ସଂଖ୍ୟାରେ କିଣୁଛନ୍ତି। ଏହି ସାବୁନରେ ଏପରି କ’ଣ ଅଛି, ଯାହା ଯୁକ୍ତରାଷ୍ଟ୍ର ଆମେରିକା ସମେତ ଅନେକ ଦେଶରେ ଚାହିଦା ବୃଦ୍ଧି ପାଇଛି। ଜାଣନ୍ତୁ ଏହି ଖାସ୍‌ ସାବୁନ ବିଷୟରେ…
ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, Attan Donkey Milk Soap ନାମକ ଏକ କମ୍ପାନୀ ମାଡାବାରେ ଏହାର ଫାର୍ମରେ ୧୦୦% ପ୍ରାକୃତିକ ସାବୁନ ଉତ୍ପାଦନ କରେ। ଏହାର ୧୨ଟି ଗଧ ଅଛି। ଜୋର୍ଡାନର ରାଜଧାନୀ ଅମ୍ମାନରେ କମ୍ପାନୀର ଏକ ଛୋଟ ଫ୍ୟାକ୍ଟ୍ରି ମଧ୍ୟ ଅଛି। ଜୋର୍ଡାନରେ ଗଧ କ୍ଷୀର ସାବୁନର ବହୁତ ଚାହିଦା ।
ସେହିପରି ଦୁବାଇରେ ବିଭିନ୍ନ ବ୍ରାଣ୍ଡର ଗଧ କ୍ଷୀର ସାବୁନ ଭଲ ବିକ୍ରି ହେଉଛି। ଯେତେବେଳେ ଏହି ସାବୁନ ପ୍ରଥମେ ଜୋର୍ଡାନରେ ଲଞ୍ଚ କରାଯାଇଥିଲା ଲୋକମାନେ ଏହାକୁ ଉପହାସ କରିଥିଲେ। ତଥାପି ଏହାର ଲାଭ ସ୍ପଷ୍ଟ ହେବା ପରେ ସାବୁନର ଚାହିଦା ବୃଦ୍ଧି ପାଇଲା।
ରିପୋର୍ଟ ଅନୁଯାୟୀ, ଗଧ କ୍ଷୀର ଖଣିଜ ଏବଂ ପ୍ରୋଟିନରେ ଭରପୂର, ଯାହା ଚର୍ମକୁ ମଶ୍ଚରାଇଜ କରିବାରେ ସାହାଯ୍ୟ କରେ। ଏଥିରେ ଯଥେଷ୍ଟ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି। ଯାହା ଚର୍ମକୁ ସୂର୍ଯ୍ୟକିରଣ ଏବଂ ବାର୍ଦ୍ଧକ୍ୟରୁ ରକ୍ଷା କରେ।
ମିଡିଆ ରିପୋର୍ଟ ଅନୁଯାୟୀ, ପରିବେଶ କର୍ମୀ ଏବଂ ଅବସରପ୍ରାପ୍ତ ଶିକ୍ଷକ ଅଲ ଜୁବି କହିଛନ୍ତି ଗବେଷଣାରୁ ଜଣାପଡ଼ିଛି ଯେ, ଗଧ କ୍ଷୀର ଚର୍ମ କୋଷଗୁଡ଼ିକୁ ପୁନର୍ଜୀବିତ କରିବା, ବାର୍ଦ୍ଧକ୍ୟ ପ୍ରଭାବକୁ ହ୍ରାସ କରିବା ଏବଂ ଏକଜିମା ଭଳି ଚର୍ମ ରୋଗକୁ ସୁସ୍ଥ କରିବାରେ ସାହାଯ୍ୟ କରେ। ସେ ଏହା ମଧ୍ୟ କହିଛନ୍ତି ଯେ, ଗଧ କ୍ଷୀର ସାବୁନ ଚର୍ମର ଆର୍ଦ୍ରତା ସ୍ତରକୁ ସନ୍ତୁଳିତ କରେ, କୁଞ୍ଚନ, ଦାଗ ଏବଂ ବ୍ରଣ ହ୍ରାସ କରିବାରେ ସାହାଯ୍ୟ କରେ।
ସାବୁନ ତିଆରି କରିବା ପାଇଁ ଗଧ କ୍ଷୀରକୁ ବାଦାମ ତେଲ ଏବଂ ନଡ଼ିଆ ତେଲ ସହିତ ମିଶ୍ରଣ କରାଯାଏ। ଏହି ଉପାଦାନଗୁଡ଼ିକୁ ସାବୁନ ତିଆରି କରିବା ପାଇଁ ମିଶ୍ରଣ କରାଯାଏ। ଗଧ କ୍ଷୀରରୁ ତିଆରି ସାବୁନ ମଧ୍ୟ ବହୁ ଦାମ୍‌ରେ ମିଳେ। ଅନେକ ଅନଲାଇନ୍‌ ଶପିଂ ପ୍ଲାଟ୍‌ଫର୍ମରେ, ଗୋଟିଏ ସାବୁନର ମୂଲ୍ୟ ୬୦୦ରୁ ୨୫୦୦ ଟଙ୍କା ମଧ୍ୟରେ ହୋଇଥାଏ।

error: Content is protected !!