ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଳନ ହେଲା ସ୍ୱଚ୍ଛତା ପାଇଁ ଏକ ଘଣ୍ଟା ଶ୍ରମଦାନ କାର୍ଯକ୍ରମ


ବାଲେଶ୍ୱର:(ବିମଳ କୁମାର ଦଳେଇ):- ତା୧/୧୦/୨୩ବାଲେଶ୍ୱରଆଜି ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଷ୍ଟ୍ରୀୟ ସେବା ଯୋଜନାରେ ସ୍ଵଚ୍ଛତା ଓ ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯକ୍ରମରେ ଅଧକ୍ଷ ପ୍ରଦୀପ କୁମାର ରଣା ମହାଶୟ ନିଜେ ଉପସ୍ଥିତ ରହି ସ୍ୱଚ୍ଛତା ହିଁ ସେବା ବିଷୟରେ କର୍ମଚାରୀ ଓ ଛାତ୍ର ଛାତ୍ରୀଙ୍କୁ ଅଭିଭାଷଣ ଦେବା ସହ ସଫେଇ କାମର ଆରମ୍ଭ କରି ଥିଲେ।ସମସ୍ତ ଅଧ୍ୟାପକ, ଅଫିସ କର୍ମଚାରୀ, ଅଣ ଶିକ୍ଷକ କର୍ମଚାରୀଙ୍କ ସମେତ ଛାତ୍ର ଛାତ୍ରୀ ମିଶି ମହାବିଦ୍ୟାଳୟର ବଗିଚା ସମେତ କ୍ୟାମ୍ପସ ପରିସର ସଫା କରିଥିଲେ।କ୍ୟାମ୍ପସରେ ବିଭିନ୍ନ ଫୁଲ ଗଛ ଲଗାଇବା ସହ କ୍ୟାମ୍ପସକୁ ସଫା ରଖିବା ପାଇଁ ଶପଥ ମଧ୍ୟ ନେଇଥିଲେ।ଏହି କାର୍ଯକ୍ରମର ସଂଯୋଜକ ଅଧ୍ୟାପକ ତଥା ଏନ.ଏସ.ଏସ ପ୍ରୋଗ୍ରାମ ଅଫିସର ଶ୍ରୀ ବିନିତ୍ କୁମାର ପାଢ଼ୀ ଥିଲେ।ସ୍ଵତଃ ଏକ ଘଣ୍ଟା ସ୍ୱଚ୍ଛତା ପାଇଁ ଶ୍ରମଦାନ କରିଥିବା ସମସ୍ତଙ୍କୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ରଣା ଧନ୍ୟବାଦ୍ ଦେବା ସହ ଲଗା ଯାଇଥିବା ଗଛର ଯତ୍ନ ନେବା ସହ କ୍ୟାମ୍ପସକୁ ସଫା କରିବା ପାଇଁ ଅନୁରୋଧ କରିଥିଲେ।


error: Content is protected !!