ଭୁବନେଶ୍ୱର,୧୭।୧୧: ନୂଆପଡ଼ା ଉପନିର୍ବାଚନ ଫଳାଫଳକୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ସୋମବାର ମୁହଁ ଖୋଲିଛନ୍ତି। ବିଜେଡିର ଉପନିର୍ବାଚନ ପରିଚାଳନାକୁ ନେଇ ସମ୍ବିତ ନାପସନ୍ଦ କରିଛନ୍ତି। ଏପରିକି ନିର୍ବାଚନ ମଣ୍ଡଳୀ ବାହାର ପ୍ରାର୍ଥୀ ଚୟନକୁ ନେଇ ସମ୍ବିତ ପ୍ରଶ୍ନ ଉଠାଇଛନ୍ତି। କ’ଣ ପାଇଁ ବିଜେଡି ତୃତୀୟ ସ୍ଥାନକୁ ଆସିଲା ସୁପ୍ରିମୋ ଏହାର ସମୀକ୍ଷା କରିବା ଉଚିତ ବୋଲି ସମ୍ବିତ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।
ସମ୍ବିତ କହିଛନ୍ତି, ସ୍ଥାନୀୟ ଲୋକ ତାଙ୍କ ଅଞ୍ଚଳ ଲୋକଙ୍କୁ ପ୍ରାର୍ଥୀ ଭାବେ ଦେଖିବାକୁ ଚାହାନ୍ତି। ତାଙ୍କ ଦୁଃଖ କଥା କହିବାକୁ ୨୦୦ କିଲୋମିଟର ଦୂର ଯିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଯେଉଁମାନେ ପ୍ରଚାରରେ ଯାଇଥିଲେ ସେମାନଙ୍କୁ କିଏ ପଠାଇଥିଲା ବୋଲି ସେ କହିଛନ୍ତି। ସମ୍ବିତଙ୍କ ଏହି ବୟାନ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…