March 14, 2026

Now Odisha

Now Odisha

କେତେ ସମ୍ପତ୍ତି ଛାଡିଗଲେ ହ୍ୟୁମାନ ସାଗର.

Spread the love

ହ୍ୟୁମାନଙ୍କ ଦେହାନ୍ତ ଖବର ଶୁଣି ସମଗ୍ର ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ଓଲିଉଡର କଣ୍ଠଶିଳ୍ପୀ, ଅଭିନେତା ଓ ତାଙ୍କ ସହ କାମ କରୁଥିବା ଲୋକମାନେ ଏମ୍ସକୁ ଛୁଟି ଆସିଥିଲେ। ପରେ ପାର୍ଥିବ ଶରୀରକୁ କଟକସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା । ସେଠାରେ ଶୁଭେଚ୍ଛୁମାନେ ତାଙ୍କର ଶେଷ ଦର୍ଶନ କରିଛନ୍ତି ।

ପରେ ମଙ୍ଗଳବାର ସକାଳୁ ତାଙ୍କୁ ତାଙ୍କ ପୈତୃକ ଗାଁ କୁ ନିଆଯାଇଛି । ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କାର୍ଯ୍ୟକ୍ରମ ହୋଇଛି

ହ୍ୟୁମାନ ସାଗର ଚାଲିଗଲେ ଆଉ ଛାଡିଗଲେ ତାଙ୍କର ସବୁ ସମ୍ପତ୍ତି । ତେବେ କେତେ ସମ୍ପତ୍ତିର ମାଲିକ ଥିଲେ ହ୍ୟୁମାନ ସାଗର? ଜାଣନ୍ତୁ….

ରିପୋର୍ଟ ଅନୁଯାୟୀ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ବାର୍ଷିକ ଆୟ ପ୍ରାୟ ୧୦ରୁ୧୨ କୋଟି ଟଙ୍କା ଥିଲା । କିଛି ଜାତୀୟ ଗଣମାଧ୍ୟମରେ ତାଙ୍କ ବାର୍ଷିକ ଆୟ ୮ରୁ୧୦ କୋଟି ଟଙ୍କା ଥିବା ନେଇ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି । ହ୍ୟୁମାନ ସାଗର ଗୋଟିଏ ଗୋଟିଏ ଷ୍ଟେଜ୍ ପ୍ରୋଗ୍ରାମ ପାଇଁ ୨ରୁ ୩ ଲକ୍ଷ ଟଙ୍କା ନେଉଥିଲେ । ସେହିଭଳି ଗୋଟିଏ ନୂଆ ଗୀତ ଗାଇବା ପାଇଁ ୮ରୁ୧୦ ଲକ୍ଷ ଟଙ୍କା ଚାର୍ଜ କରୁଥିଲେ ହ୍ୟୁମାନ । କେବଳ ସେତିକି ନୁହେଁ ୟୁଟ୍ୟୁବ, ବିଭିନ୍ନ ବିଜ୍ଞାପନ ବାବଦକୁ ମଧ୍ୟ ଭଲ ଟଙ୍କା ରୋଜଗାର କରୁଥିଲେ ହ୍ୟୁମାନ ସାଗର

error: Content is protected !!