ଦଶମରୁ ପାଠ ଛାଡୁଥିବା ପିଲାଙ୍କୁ ଫେରାଇ ଆଣିବା ପାଇଁ ଜିଲ୍ଲା ଶିକ୍ଷାଅଧିକାରୀ (ଡିଇଓ) ଛତ୍ରପତି ସାହୁ ଅଣ୍ଟା ଭିଡିଛନ୍ତି। ଆସ ସ୍କୁଲ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏଡିଇଓ, ବିଇଓ, ଏବିଇଓ, ସିଆରସିସି, ପ୍ରଧାନଶିକ୍ଷକଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ନିଜେ ବିଭିନ୍ନ ଗାଁକୁ ସଂଧ୍ୟା ସମୟରେ ଯାଇ ପାଠ ଛାଡିଥିବା ପିଲାଙ୍କ ଘରକୁ ଯାଇ ପରିବାରବର୍ଗକୁ ସଚେତନ କରୁଛନ୍ତି।
ଏହା ସହ ଗାଁ ଗୁଡିକରେ ସଂଧ୍ୟା ସମୟରେ ସ୍ବତନ୍ତ୍ର ଭାବେ ଆସ ସ୍କୁଲକୁ ଯିବା କାର୍ଯ୍ୟକ୍ରମ ଆୟୋଜନ କରି ଅଧାରୁ ପାଠ ଛାଡି ପୁଣି ଫେରି ଆସିଥିବା ପିଲାଙ୍କୁ ସମ୍ବର୍ଦ୍ଧିତ କରି ସେମାନେ ପଢ଼ୁଥିବା ସ୍କୁଲରେ ଆଡମିସନ କରାଉଛନ୍ତି। ଅର୍ଥ ଅଭାବରୁ ପାଠ ଛାଡୁଥିବା ଦଶମ ପିଲାଙ୍କୁ ଏସଆଇଓଏସ୍ କାର୍ଯ୍ୟକ୍ରମରେ ବି ପାଠ ପଢ଼ିପାରିବେ ବୋଲି କହି ବୁଝାଇଥିଲେ।
ନବରଙ୍ଗପୁର ବ୍ଲକର ଆମ୍ବଦଳା ଉଚ୍ଚପ୍ରାଥମିକ ବିଦ୍ୟାଳୟର ୨୦ଜଣ ପାଠ ଛାଡିଥିବା ଦଶମ ପିଲାଙ୍କ ଫର୍ମ ପିଲଅଫ୍ କରାଇ ସେମାନଙ୍କୁ ପାଠ ପଢ଼ାରେ ଶିକ୍ଷକମାନେ ସହଯୋଗ କରିବେ ବୋଲି ଡିଇଓ କହିଥିଲେ। ଆମ୍ବାଦଳା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ରହିଥିବା ଶିକ୍ଷକ ସମସ୍ୟା ଓ ଅତିରିକ୍ତ ଶ୍ରେଣୀଗୃହ ସମସ୍ୟା ସମ୍ପର୍କରେ ଗ୍ରାମବାସୀମାନେ ଡିଇଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ଶୀଘ୍ର ସମାଧାନ କରିବେ ବୋଲି ଡିଇଓ ପ୍ରତିଶ୍ରୃତି ଦେଇଥିଲେ। ଡିଇଓ ଶ୍ରୀ ସାହୁଙ୍କ ସହ ବିଇଓ ଶ୍ରୀକାନ୍ତ ଜାନୀ, ଏବିଇଓ ସୁରେନ୍ଦ୍ର ନାଥ ନାୟକ, ଡିଏସଏସ୍ ଚିତ୍ତରଂଜନ ପଟ୍ଟନାୟକ, ସିଆରସିସି ଏ.ଚନ୍ଦ୍ରମୌଳୀ, ପ୍ରଧାନଶିକ୍ଷକ ମକରନ୍ଦ ସତନାମୀ, ପିରାମଲ ଫାଉଣ୍ଡେସନର ବିକ୍ରମ ରଣା ଉପସ୍ଥିତ ଥିଲେ। ଡିଇଓଙ୍କ ଏହି ଧାରାକୁ ସାଧାରଣରେ ସ୍ବାଗତ କରାଯାଇଛି।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |