March 14, 2026

Now Odisha

Now Odisha

୪୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ କେନ୍ଦୁଝର ଅବକାରୀ ଏସପି ଗିରଫ।

Spread the love

୪୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ କେନ୍ଦୁଝର ଅବକାରୀ ଏସପି ଏବଂ ଚମ୍ପୁଆ ଅବକାରୀ କାର୍ଯ୍ୟାଳୟର ASI ଭିଜିଲାନସ୍ ଦ୍ୱାରା ଗିରଫ । ଜଣେ ବିଦେଶୀ ମଦ ଦୋକାନୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ କେନ୍ଦୁଝର ଅବକାରୀ ଏସପି ସୀତାରାଣୀ ପଟ୍ଟାୟତ ଓ ଚମ୍ପୁଆ ଅବକାରୀ କାର୍ଯ୍ୟାଳୟର ASI ବିଜୟ କୁମାର ମହାନ୍ତଙ୍କୁ ଗିରଫ କରିଛି ଭିଜିଲାନସ୍ ।ଏହାପରେ ସୀତାରାଣୀ ପଟ୍ଟାନାୟଙ୍କର ୩ଟି ଠିକଣା ଓ ବିଜୟ କୁମାର ମହାନ୍ତଙ୍କର ୨ଟି ଠିକଣାରେ ଭିଜିଲାନସ୍ ଚଢ଼ାଉ ଜାରି ରଖିଛି l ଗତ ୪ମାସ ପୂର୍ବରୁ କେନ୍ଦୁଝର ଅବକାରୀ ଅଧିକ୍ଷକ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ବ୍ୟବସାୟ ସଠିକ୍ ଢ଼ଙ୍ଗରେ ଚଳାଇବା ପାଇଁ ବିଦେଶୀ ମଦ ଦୋକାନୀ ମାଲିକଙ୍କ ଠାରୁ ଲାଞ୍ଚ ମାଗୁଥିଲେ ସୀତାରାଣୀ l ଅନ୍ୟ ଉପାୟ ନପାଇ ଚମ୍ପୁଆର ଜଣେ ବିଦେଶୀ ମଦ ଦୋକାନୀ ଭିଜିଲାନସର ଦ୍ୱାରସ୍ଥ ହୋଇଥିଲେ । ଆଜି ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ, ଉଭୟଙ୍କୁ ଗିରଫ କରିଥିଲା ଭିଜିଲାନସ । ଏହାପରେ, ଆୟ ବହିଭୂତ ସମ୍ପତ୍ତି ଠୁଳ ମାମଲାରେ ସୀତାରାଣୀ ପଟ୍ଟାୟତଙ୍କର ୩ଟି ଠିକଣା ଓ ବିଜୟ କୁମାର ମହାନ୍ତଙ୍କର ୨ଟି ଠିକଣାରେ ଭିଜିଲାନସ୍ ଚଢ଼ାଉ ଜାରି ରଖିଛି l ଏହି ମାମଲାରେ ବାଲେଶ୍ଵର ଭିଜିଲାନସ୍ ବିଭାଗ ତରଫରୁ ଉଭୟଙ୍କ ବିରୋଧରେ କେସ୍ ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।

error: Content is protected !!