March 14, 2026

Now Odisha

Now Odisha

ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଗାଡ଼ି ଚକ: ଆଉ ତା’ପରେ ଘଟିଲା…

Spread the love

କେନ୍ଦୁଝର ଜିଲା ପାଟଣା ସାହାର ପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ପରମେଶ୍ବର ଶିବ ମନ୍ଦିର ନିକଟରେ ବୁଧବାର ଭୋରରୁ ଅଜଣା ସକାଳୁ ଗାଡି ଧକ୍କାରେ ଜଣେ ୨୯ ବର୍ଷୀୟ ବାଇକ ଆରୋହୀ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଆରୋହୀଙ୍କ ମୁଣ୍ଡ ଉପରେ ଗାଡିର ଚକ ଚଢିଯାଇଥିଲା। ମୃତ ବାଇକ ଆରୋହୀ ହେଉଛନ୍ତି ସାହାରପଡା ବ୍ଳକ ମଲ୍ଲାରପଦା ପଞ୍ଚାୟତ ବିନିଦା ଗାଁର ବିଶ୍ୱନାଥ ନାଏକଙ୍କ ପୁଅ ଜିତେନ୍ଦ୍ର ନାଏକ ଜିତେନ୍ଦ୍ର ଘରୁ ଚାକିରି ସ୍ଥାନ ଢେଙ୍କାନାଳକୁ ଯାଉଥିବାବେଳେ ଅଜଣା ଗାଡ଼ି ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବାବେଳେ ଘଟଣାସ୍ଥଳରେ ପାଟଣା ପୋଲିସ ପକ୍ଷରୁ ଭାରପ୍ରାପ୍ତ ଥାନା ଅଧିକାରୀ ସ୍ବରୂପ ରଞ୍ଜନ ନାୟକ, ଏସଆଇ ଲକ୍ଷ୍ମଣ ମାଝି, ଏଏସଆଇ ଗୌରହରି ଗର୍ଦିଆ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।

error: Content is protected !!