କେନ୍ଦୁଝର ଜିଲା ଘଟଗାଁ ବ୍ଲକ ବସନ୍ତପୁର ଏବଂ ସୀତାବିଞ୍ଜ ରେଳ ଷ୍ଟେଶନ ମଧ୍ୟରେ ଟ୍ରେନ୍ ଟ୍ରାକ ବାହାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ରବିବାର ରାତିରେ ଟାଟା ବିଶାଖାପାଟଣା ସାପ୍ତାହିକ ଏକ୍ସପ୍ରେସରୁ ଖସି ପଡିଥିବା ସନ୍ଦେହ କରାଯାଉଛି । ଏନେଇ ଭଦ୍ରକ ଜିଆରପିଏସ ୟୁଡି କେସ ନଂ-୮୫, ୧୭/୧୧/୨୦୨୫ ରେ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ମୃତଦେହକୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଶବ ଗୃହ ଘରେ ସଂରକ୍ଷିତ ରଖାଯାଇଛି ବୋଲି ରେଳବାଇ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।ମୃତକଙ୍କ ବୟସ ୩୫ ହେବ। ଜ୍ୟାକେଟ ଓ ପ୍ୟାଣ୍ଟ ପିନ୍ଧିଥିଲେ। ତାଙ୍କର ମୁଣ୍ଡରେ ଗୁରୁତର ଆଘାତ ଲାଗି କ୍ଷତାକ୍ତ ଅବସ୍ଥାରେ ମିଳିଛନ୍ତି। ଏପରି ବ୍ୟକ୍ତିଙ୍କ ନିଖୋଜ ବିଷୟରେ କୌଣସି ସୂଚନା ମିଳେ ତେବେ ପୋଲିସକୁ ସୂଚିତ କରିବାକୁ ରେଳବାଇ ପୋଲିସ ନିବେଦନ କରିଛି।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |