ବାଲିପାଟଣା : ବାଲିପାଟଣା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧିନ ଗୁଆପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ହେରଫେର ଅଭିଯୋଗରେ କୁ ନେଇ ସହଶିକ୍ଷାଧିକାରୀ ଙ୍କ ସମେତ ୪ ଶିକ୍ଷକଙ୍କୁ ଅଟକ ରଖିଲେ ଗ୍ରାମବାସୀ । ସୂଚନା ମୁତାବକ ଏହି ବିଦ୍ୟାଳୟରେ ପ୍ରଥମ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୯୪ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଆଜି ୮୧ ଜଣ ଉପସ୍ଥିତ ଥିଲେ । ତେବେ ୮୧ ଜଣ ପିଲାଙ୍କ ସ୍ଥାନ ରେ ୧୨୫ ପିଲାଙ୍କ ମଧ୍ୟାହ୍ନ ଭୋଜନ ଦିଆଯାଇଥିବା ବିଦ୍ୟାଳୟ ସରକାରୀ ତାଲିକାରେ ପ୍ରଧାନ ଶିକ୍ଷକ ପ୍ରଭାକର ମଲ୍ଲିକ ଦର୍ଶାଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି | ଏହି ଘଟଣା ସଂପର୍କରେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ରଥଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିବାରୁ ସେ ସହ ଶିକ୍ଷାଧିକାରୀ ବିଜୟ ବେହେରାଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ପରେ ଉପସ୍ଥିତ ସଂଖ୍ୟା ୮୧ ବୋଲି ସେ ସୂଚନା ଦେଇଛନ୍ତି। ତେବେ ପ୍ରଧାନ ଶିକ୍ଷକଙ୍କ ଅନୁପସ୍ଥିତି ପାଇଁ ସହ ଶିକ୍ଷାଧିକାରୀ ଏବଂ ସହକାରୀ ଶିକ୍ଷକ ମାନଙ୍କୁ ଗ୍ରାମବାସୀ ଅଟକ ରଖିବା ସହ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ ଓ ଗିରଫ ଦାବି କରିଥିଲେ। ଯଦି ଦାବି ପୂରଣ ନହୁଏ ଆଗାମୀ ଦିନରେ ବିଦ୍ୟାଳୟରେ ତାଲା ପକାଇବାକୁ ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |