ବାଲିପାଟଣା : ମିଛ ପୁଲିସ କୁ ବାନ୍ଧିଛି ସତ ପୁଲିସ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲିପାଟଣା ଥାନା ଅନ୍ତର୍ଗତ ବନମାଳୀପୂର ଅଞ୍ଚଳରେ। ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କରଡାବଣୀ ଗ୍ରାମ ର ତପସ୍ଵିନୀ ନାୟକ ପିତା ଭୂଷଣ ନାୟକ ଆଜି ବନମାଳୀପୁର ନୂଆପାଟଣା ଓ ଦିୱାନପାଟଣା ଅଞ୍ଚଳରେ ସନ୍ଦେହ ଜନକ ଅବସ୍ତାରେ ବୁଲୁଥିବା ସମୟରେ ବନମାଳୀପୂର ଫାଣ୍ଡି ଅଧିକାରୀ ରାକେଶ କୁମାର ସାମଲ ଙ୍କ ହାବୁଡରେ ପଡ଼ିଥିଲା । ଫାଣ୍ଡି ଅଧିକାରୀ ଏଠାରେ କଣ କରୁଛ ବୋଲି ପଚାରିବାରୁ ଯୁବକ ଜଣ ଙ୍କ ଏଠାରେ ଆଗାମୀ ସମୟରେ କିଛି ଗଣ୍ଡଗୋଳ ହେବାର ଅଛି ତେଣୁ ମୁଁ ତଦାରଖ କରିବାକୁ ଆସିଛି ବୋଲି ପ୍ରକାଶ କରିଥିଲେ। ଏଥିରେ ସନ୍ଦେହ ପ୍ରକାଶ କରି ଯୁବକକୁ ଫାଣ୍ଡି କୁ ଆଣି ପଚରା ଉଚରା କରିବା ପରେ ସେ ନକଲି ବୋଲି ଜଣା ପଡ଼ିଛି। ଯୁବକଙ୍କ ନିକଟରୁ ଗୋଟିଏ କାର ସହିତ ତିନି ହଳ ପୁଲିସ ଡ୍ରେସ ଓ ଆଇ କାର୍ଡ କୁ ପୋଲିସ ଜବତ କରିଛି । ଉକ୍ତ ଘଟଣା ଟି ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି ।

More Stories
ଘଣ୍ଟପଡ଼ା ରେଳ ଓଭର ବ୍ରିଜର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |
ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ |