ବାଲିପାଟଣା : ମିଛ ପୁଲିସ କୁ ବାନ୍ଧିଛି ସତ ପୁଲିସ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲିପାଟଣା ଥାନା ଅନ୍ତର୍ଗତ ବନମାଳୀପୂର ଅଞ୍ଚଳରେ। ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କରଡାବଣୀ ଗ୍ରାମ ର ତପସ୍ଵିନୀ ନାୟକ ପିତା ଭୂଷଣ ନାୟକ ଆଜି ବନମାଳୀପୁର ନୂଆପାଟଣା ଓ ଦିୱାନପାଟଣା ଅଞ୍ଚଳରେ ସନ୍ଦେହ ଜନକ ଅବସ୍ତାରେ ବୁଲୁଥିବା ସମୟରେ ବନମାଳୀପୂର ଫାଣ୍ଡି ଅଧିକାରୀ ରାକେଶ କୁମାର ସାମଲ ଙ୍କ ହାବୁଡରେ ପଡ଼ିଥିଲା । ଫାଣ୍ଡି ଅଧିକାରୀ ଏଠାରେ କଣ କରୁଛ ବୋଲି ପଚାରିବାରୁ ଯୁବକ ଜଣ ଙ୍କ ଏଠାରେ ଆଗାମୀ ସମୟରେ କିଛି ଗଣ୍ଡଗୋଳ ହେବାର ଅଛି ତେଣୁ ମୁଁ ତଦାରଖ କରିବାକୁ ଆସିଛି ବୋଲି ପ୍ରକାଶ କରିଥିଲେ। ଏଥିରେ ସନ୍ଦେହ ପ୍ରକାଶ କରି ଯୁବକକୁ ଫାଣ୍ଡି କୁ ଆଣି ପଚରା ଉଚରା କରିବା ପରେ ସେ ନକଲି ବୋଲି ଜଣା ପଡ଼ିଛି। ଯୁବକଙ୍କ ନିକଟରୁ ଗୋଟିଏ କାର ସହିତ ତିନି ହଳ ପୁଲିସ ଡ୍ରେସ ଓ ଆଇ କାର୍ଡ କୁ ପୋଲିସ ଜବତ କରିଛି । ଉକ୍ତ ଘଟଣା ଟି ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି ।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |