ଭାରତୀୟ ମହିଳା କବାଡି ଦଳ ଲଗାତାର ଦ୍ୱିତୀୟ ଥର ପାଇଁ ମହିଳା କବାଡି ବିଶ୍ୱକପ୍ ଟାଇଟଲ୍ ଜିତି ଇତିହାସ ସୃଷ୍ଟି କରିଛି। ବାଂଲାଦେଶର ଢାକାଠାରେ ସୋମବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତୀୟ ଟିମ୍ ୩୫-୨୮ ପଏଣ୍ଟରେ ଚାଇନିଜ୍ ତାଇପେଇକୁ ପରାସ୍ତ କରି ବିଜୟୀ ହୋଇଛି।ଭାରତୀୟ ଦଳ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଗ୍ରୁପ୍ ପର୍ଯ୍ୟାୟର ସମସ୍ତ ମ୍ୟାଚ୍ ଜିତି ସେମିଫାଇନାଲରେ ପ୍ରବେଶ କରିଥିଲା।
ସେମିରେ ଟିମ୍ ଇରାନକୁ ୩୩-୨୧ ପଏଣ୍ଟରେ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା।
ଏହି ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳକୁ ଅଭିନନ୍ଦନ ଜଣାଇବା ସହ ଏହି ବିଜୟ ଭବିଷ୍ୟତ ପିଢ଼ିକୁ ଖେଳ ପ୍ରତି ଆଗ୍ରହୀ କରିବ ବୋଲି କହିଛନ୍ତି। କହିଛନ୍ତି, ‘କବାଡି ବିଶ୍ୱକପ୍ ୨୦୨୫ ଜିତି ଦେଶକୁ ଗର୍ବିତ କରିଥିବା ଆମର ଭାରତୀୟ ମହିଳା କବାଡି ଦଳକୁ ଅନେକ ଅଭିନନ୍ଦନ! ସେମାନେ ଉଲ୍ଲେଖନୀୟ ସାହସ, କୌଶଳ ଏବଂ ଉତ୍ସର୍ଗୀକୃତ ମନୋଭାବ ପ୍ରଦର୍ଶନ କରିଛନ୍ତି। ସେମାନଙ୍କର ବିଜୟ ଅଗଣିତ ଯୁବକଙ୍କୁ କବାଡି ଖେଳିବାକୁ, ବଡ଼ ସ୍ୱପ୍ନ ଦେଖିବାକୁ ଏବଂ ଉଚ୍ଚ ଲକ୍ଷ୍ୟ ରଖିବାକୁ ପ୍ରେରଣା ଯୋଗାଇବ।’
ପ୍ରୋ କବାଡି ଲିଗର ପୂର୍ବତନ ଅଧିନାୟକ ତଥା କୋଚ୍ ଅଜୟ ଠାକୁର ମଧ୍ୟ ଦଳକୁ ଅଭିନନ୍ଦନ ଜଣାଇବା ସହ ବିଶ୍ୱରେ ମହିଳା କବାଡିର ପ୍ରଗତିକୁ ପ୍ରଶଂସା କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୧ଟି ଦେଶ ଅଂଶଗ୍ରହଣ କରିଥିଲେ, ଯାହା ମହିଳା କବାଡିର ଦ୍ରୁତ ବିଶ୍ୱସ୍ତରୀୟ ଅଭିବୃଦ୍ଧିକୁ ଦର୍ଶାଉଛି।

More Stories
ଘଣ୍ଟପଡ଼ା ରେଳ ଓଭର ବ୍ରିଜର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |
ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ |