ଓଡ଼ିଶାର ସୁନାମଧନ୍ୟ ଲୋକପ୍ରିୟ କଣ୍ଠଶିଳ୍ପୀ ସ୍ବର୍ଗତ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ତାଙ୍କୁ ଭଲ ପାଉଥିବା ଲୋକେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି କ୍ରମରେ ଜି.ଉଦୟଗିରି ଅଞ୍ଚଳବାସୀଙ୍କ ତରଫରୁ ସୋମବାର ସନ୍ଧ୍ୟାରେ କ୍ୟାଣ୍ଡେଲ ଶୋଭାଯାତ୍ରା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ଯୁବକ ଯୁବତୀଙ୍କ ସହ ବୟସ୍କ ସଙ୍ଗୀତ ପ୍ରେମୀ ସ୍ଥାନୀୟ ପୋଷ୍ଟ ଅଫିସ ଛକ ଠାରେ ଏକତ୍ରିତ ହୋଇ ସେଠାରେ କ୍ୟାଣ୍ଡେଲ ଜାଳି ନିରବ ପ୍ରାର୍ଥନା କରି ଅମର ଆତ୍ମାର ସଦଗତି କାମନା କରିବା ସହ ସହରରେ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପରିଷଦ ଉପାଧ୍ଞକ୍ଷ ସନ୍ତୋଷ କୁମାର ବାଘ, କାଉନସିଲର ଯାକେସ ପ୍ରଧାନ, ନନ୍ଦିତା ପ୍ରଧାନ, ମୋନାଲିସା ଦଳବେହେରା, ସମାଜ ସେବୀ ହୃଷୀକେଶ ପ୍ରଧାନ, ସମାଜ ସେବୀ ଆମନ ଚନ୍ଦ୍ର ନାୟକ, ଖବରଦାତା ଗଗନ କୁମାର ପ୍ରଧାନ ,ଆମୋଦ ଚନ୍ଦ୍ର ପ୍ରଧାନ, ଅବନୀ ନାୟକ, ଫିରୋଜ ଦିଗାଲ ଓ ଅନ୍ୟମାନେ ଉପସ୍ଥିତ ରହି ସର୍ଗତ ହ୍ୟୁମାନ ସାଗରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |