ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ପ୍ରାଥମିକ ଜରୁରୀ ସେବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ    


ବାଲେଶ୍ୱର:(ବିମଳ କୁମାର ଦଳେଇ):- ଚଳିତ ଅକ୍ଟୋବର ମାସ  ୬ତାରିଖ ରୁ ୮ ତାରିଖ ପର୍ଯ୍ୟନ୍ତ ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଶା ରାଜ୍ୟ ଯୁଥ ରେଡକ୍ରସ ଅଫିସର ଶ୍ରୀ ରମେଶ ଚନ୍ଦ୍ର ବେହେରା ଙ୍କ ସୁପାରିଶ କ୍ରମେ ୟୁଥ ରେଡକ୍ରସ ତରଫରୁ ଜିଲ୍ଲା ସ୍ତରୀୟ ପ୍ରାଥମିକ ଜରୁରୀକାଳୀନ ସେବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେଡକ୍ରସ କାଉନସେଲ ମାନଙ୍କ ନିମନ୍ତେ ସମ୍ପାଦିତ ହୋଇଅଛି। ପ୍ରାଥମିକ ଦିବସରେ ବାଲେଶ୍ୱର ଜିଲ୍ଲାର ବସ୍ତାର ଏସଡିପିଓ ଶ୍ରୀ ମାନସ କୁମାର ଦେଓ ଓ ସମ୍ମାନିତ ଅତିଥି ଭାବେ ଫକୀର ମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କୁମାର ଘୋଷ ଓ ଅନ୍ତିମ ଦିବସରେ ମୁଖ୍ୟ ଅତିଥି ଭାବେ ଡାକ୍ତର ଜୟନ୍ତ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଫକୀର ମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କୁମାର ଘୋଷ ଓ ଜିଲ୍ଲା କାର୍ଯ୍ୟକାରୀ ସମ୍ପାଦକ ଡକ୍ଟର ବିଭୁଦତ୍ତ ବେହେରା ଯୋଗ ଦେଇ ପ୍ରଶିକ୍ଷଣର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ରଣା ସଭାପତିତ୍ବ କରିଥିବା ବେଳେ ୟୁଥ୍ ରେଡକ୍ରସ ର ଜିଲ୍ଲା ସଂଯୋଜକ ଶ୍ରୀ ସୁଧୀର ମୁଦୁଲି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହାକୁ ସଫଳ ପରିଚାଳନା କରିବାରେ ସହଯୋଗ କରିଥିଲେ ଡକ୍ଟର ଅଞ୍ଜନା ବେହେରା, କାଉନସେଲର ଓ ମାଷ୍ଟର ଟ୍ରେନର ଅଧ୍ୟାପକ ଡକ୍ଟର ଦିଲ୍ଲୀପ କୁମାର ଭୋଇ ଏବଂ ଶ୍ରୀ ଲିଲା ପୂର୍ଣ୍ଣ ତୀର୍ଥ ସ୍ୱାଇଁ। ସମୁଦାୟ ୩୭ ଜଣ କାଉନସେଲର ବାଲେଶ୍ୱର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ରୁ ଆସି ଏହି ପ୍ରଶିକ୍ଷଣ କାର୍ଯ୍ୟ ରେ ଯୋଗଦାନ କରିଥିଲେ। ପ୍ରଶିକ୍ଷଣ କାର୍ଯ୍ୟ କୁ ସଫଳ ରୂପାୟନ କରିବା କ୍ଷେତ୍ରରେ ସହଯୋଗ କରିଥିଲେ ଅଧ୍ୟାପକ ଶ୍ରୀ ରାଜେଶ କୁମାର ଦେ, ଶ୍ରୀ ଲକ୍ଷ୍ମୀ ନାରାୟଣ ନାୟକ, ଶ୍ରୀ ପ୍ରଦୀପ କୁମାର ଗଙ୍ଗାଇ, ଡକ୍ଟର ସନ୍ତୋଷ କୁମାର ରାଉତ,ଡକ୍ଟର ଭାଗବତ ଭୂୟାଁ ଓ ସେକ୍ସନ ଅଫିସର,ଶ୍ରୀ ବଳରାମ ନାଏକ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ।


error: Content is protected !!