ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସକୁ ବଡ ସଫଳତା । ପୁଣି ୪୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ନାଁ ୧ କୋଟି ୧୯ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ।
ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ମଧ୍ୟରେ ପିଏଲଜିଏ ବାଟାଲିୟନ ନମ୍ବର ୧ର ୫ ଜଣ, ଏସିଏମ ୩ ଜଣ, ଏରିଆ କମିଟି ପାର୍ଟି ସଦସ୍ୟ ୧୧ ଜଣ, ପିଏଲଜିଏ ସଦସ୍ୟ ୨ଜଣ, ମିଲିସିଆ କମାଣ୍ଡର ୪ ଜଣ, ମିଲିସିଆ ଡେପୁଟି କମାଣ୍ଡର ଜଣେ, ମିଲିସିଆ ପ୍ଲାଟୁନ ସଦସ୍ୟ ୬ ଜଣ, ଅନ୍ୟ ଡିକେଏମଏସ ସଦସ୍ୟ, ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କୁ ମିଶାଇ ୯ ଜଣ ବୋଲି ପୁଲିସ କହିଛି ।
ଏମାନଙ୍କ ମଧ୍ୟରେ ୧୨ ଜଣ ମହିଳା ନକ୍ସଲ ରହିଥିବା ବେଳେ ୨୯ ଜଣ ପୁରୁଷ ନକ୍ସଲ ରହିଛନ୍ତି ।
ବିଜାପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଯିତେନ୍ଦ୍ର କୁମାର ଯାଦବ ଏବଂ ସିଆରପିଏଫ କମାଣ୍ଡାଣ୍ଟଙ୍କ ସମ୍ମୁଖରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି ।
ତେବେ ବର୍ତ୍ତମାନ ସୁଦ୍ଧା ବିଜାପୁର ଜିଲ୍ଲାରେ ୫୨୮ ଜଣ ମାଓବାଦୀ ଗିରଫ ହୋଇଥିବା ବେଳେ ୫୬୦ ଜଣ ମାଓବାଦୀ ଆତ୍ମସମର୍ପଣ କରିସାରିଛନ୍ତି । ଗୁଳିବିନିମୟରେ ୧୪୪ ଜଣ ମାଓବାଦୀ ନିହତ ହୋଇଥିବା ପୋଲିସ କହିଛି ।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |