January 26, 2026

Now Odisha

Now Odisha

ପରକୀୟା ସନ୍ଦେହରୁ ବୀଭତ୍ସ ହତ୍ୟାକାଣ୍ଡ, ନିଆଁ ଫୁଙ୍କା ଲୁହା ନଳାରେ ସ୍ତ୍ରୀଙ୍କୁ ମାରିଲା ସ୍ଵାମୀ

Spread the love

ଜମନକିରା ଥାନା ଅନ୍ତର୍ଗତ ପାଲୋଖମନ୍ ଗାଁରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ମଙ୍ଗଳବାର ରାତି ୭ଟା ୩୦ରେ ଏକ ନିଆଁ ଫୁଁଙ୍କା ଲୁହା ନଳାରେ ସ୍ତ୍ରୀ ମୁଣ୍ଡକୁ ସ୍ଵାମୀ ଜୋର୍ ରେ ବାଡ଼େଇ ହତ୍ୟା କରିଛି। ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ୭ଟା ୩୦ରେ ସ୍ତ୍ରୀ ମମତା ମାଝୀ (୫୦) ଘର ଭିତରେ ଅନ୍ୟ କାହାକୁ ଏକ ମୋବାଇଲ ଫୋନରେ କଥାବାର୍ତ୍ତା କରୁଥିଲେ।

ଘର ବାହାରେ ଥିବା ସ୍ବାମୀ ଶ୍ରୀକର ମମତାଙ୍କୁ ରନ୍ଧାବଢ଼ା କରିବାକୁ କହିଥିଲା। କିନ୍ତୁ ସ୍ତ୍ରୀ ମମତା କିଛି ଶୁଣି ନ ଥିଲେ। ଏହାକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଉତ୍ତ୍ୟକ୍ତ ସ୍ଵାମୀ ଶ୍ରୀକର୍ ଘର ଭିତରକୁ ପଶି ଚୂଲି ପାଖରେ ଥିବା ଏକ ନିଆଁ ଫୁଂକା ଲୁହା ନଳାକୁ ଧରି ସ୍ତ୍ରୀ ମମତା ମୁଣ୍ଡରେ ଜୋର୍ ରେ ବାଡ଼େଇ ଦେବାରୁ ଘଟଣା ସ୍ଥଳରେ ହିଁ ମମତା ଟଳି ପଡ଼ିଥିଲେ। କିଛି ସମୟ ପରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।
ଗତ ରାତିରେ ଏହି ଘଟଣା ଘଟିଥିଲେ ହେଁ ସାହି ପଡ଼ିଶା ଲୋକେ କେହି ଏହା ଜାଣି ପାରି ନ ଥିଲେ। ଆଜି ସକାଳେ ମମତା ଗାଁରେ ଦେଖା ନ ଦେବାରୁ ସ୍ବାମୀ ଶ୍ରୀକରଙ୍କୁ କିଛି ଗାଁ ଲୋକ ପଚାରି ଥିଲେ। ରାତିରେ ସ୍ତ୍ରୀଙ୍କୁ ମାରି ଦେଇଥିବା କହିବାରୁ ଘଟଣା ବିଷୟରେ ଜଣା ପଡ଼ିଥିଲା।
ଖବର ପାଇ ଆଇଆଇସି ପଦ୍ମାଳୟା ସାହୁଙ୍କ ନେତୃତ୍ୱରେ ପୁଲିସ୍ ଏସଆଇ ମନୋରଞ୍ଜନ ଦାଶ, ଏଏସଆଇ ନିରଞ୍ଜନ ପ୍ରଧାନ, କନେଷ୍ଟବଳ ଟିକେଶ୍ୱରି ନାଏକ, ଜୟରାମ ସିଂ ପ୍ରଭୃତି ଘଟଣା ସ୍ଥଳକୁ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଯାଞ୍ଚ କରିଥିଲେ। ଘଟଣାର ତଦନ୍ତ ପରେ ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି । ଏନେଇ ଜମନକିରା ଥାନା କେସ ନ.୨୧୮/୨୫ (ଏସ ୧୦୩ (୧) ବି ଏନ ଏସ ଆକ୍ଟ ରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରଖିଛି।

error: Content is protected !!