ଭଦ୍ରକ ଜିଲ୍ଲା ତିହିଡି଼ ବଜାରରେ ଥିବା ସରକାରୀ ସ୍ୱୀକୃତିପ୍ରାପ୍ତ ଦେଶୀମଦ ଦୋକାନକୁ ମଙ୍ଗଳବାର ରାତିରେ ପେଟ୍ରୋଲ ପକାଇ ପୋଡି ଦେଇଥିବା ଅଭିଯୋଗ ହୋଇଛି। ଦୋକାନରେଥିବା ୨ଶହ ପେଟି ଦେଶୀମଦ ନିଆଁରେ ଜଳି ଯାଇଛି।ଯାହାର ମୂଲ୍ୟ ୪ଲକ୍ଷ ୭୫ହଜାର ହେବବୋଲି କୁହାଯାଇଛି। ଏସମ୍ପର୍କରେ ସାବରଙ୍ଗ ଥାନା ଅଧୀନ ହଳଦୀଡିହ ଗ୍ରାମର ମଦଦୋକାନ ମାଲିକ ରତ୍ନାକର ବେହେରା ବୁଧବାର ତିହିଡି଼ ଥାନାରେ ଅଭିଯୋଗ କରିଛନ୍ତି।
ପୋଲିସ ଘଟଣାର ତଦନ୍ତ ଚଳାଇଛି । ଦୋକାନରେ ଥିବା ବିଭିନ୍ନ ଆସବାବ ପତ୍ର ସହିତ ସରକାରୀ କାଗଜପତ୍ର ମଧ୍ୟ ଜଳିଯାଇଥିବା ଦର୍ଶାଯାଇଛି । ଦୋକାନ ମାଲିକ ବେହେରା ଅଭିଯୋଗରେ ଦର୍ଶାଇଛନ୍ତି ଯେ ମଙ୍ଗଳବାର ଅପରାହ୍ନରେ ମିର୍ଜାପୁର ଗ୍ରାମର ଜଣେ ଯୁବକ ତାଙ୍କ ଦୋକାନ ପାଖକୁ ଯାଇ ଦୋକାନରେ ଥିବା କର୍ମଚାରୀ ରମେଶ ସେଠୀ ଓ ବିନୋଦ ବିହାରୀ ଗୁପ୍ତାଙ୍କୁ ଗାଳିଗୁଲଜ କରିବା ସହ ଦୋକାନ କବାଟକୁ ଗୋଇଠା, ଧକ୍କା ମାରି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ପରେ କର୍ମଚାରୀ ତାଙ୍କୁ ଏ ସମ୍ପର୍କରେ ଫୋନ ଯୋଗେ ଜଣାଇଥିଲେ । ରାତି ୧୦ଟାରେ କର୍ମଚାରୀ ୨ଜଣ ଦୋକାନ ବନ୍ଦକରି ଫେରିଥିଲେ କ୍ଷ ପରେ କେତେକ ଦୁର୍ବୁର୍ତ ଦୋକାନର ତାଲା ଭାଙ୍ଗି ଭିତରକୁ ପଶିବା ସହ ଟଙ୍କା ବାକ୍ସରେ ଥିବା ୫ହଜାର ଟଙ୍କା ଲୁଟି ନେଇଥିଲେ । ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଗାଳି ଗୁଲଜ କରିଥିବା ସେହି ଯୁବକ ଜଣକ ଏପରି କାଣ୍ଡ ଘଟାଇଥିବା ଦୋକାନ ମାଲିକ ବେହେରା ସନ୍ଦେହ କରି ଅଭିଯୋଗ କରିଛନ୍ତି ।ତେବେ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ଦୋକାନ ମାଲିକ ଦାବି କରିଛନ୍ତି।

More Stories
ପୁଣି ଚର୍ଚ୍ଚାରେ ଦାନ ମାଝୀ
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO
ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା