ରେଡ ବେଳେ ନଗଦ ୯୪ କୋଟି ଟଙ୍କା ଜବତ


ଆୟକର ବିଭାଗ କରିଥିବା ରେଡ୍‌ ବେଳେ ଆଖି ଖୋସି ହୋଇଗଲା ଭଳି ଧନସମ୍ପତି ; ରେଡ ବେଳେ ନଗଦ ୯୪ କୋଟି ଟଙ୍କା ଜବତ।ଆୟକର ବିଭାଗ କରିଥିବା ରେଡ୍‌ ବେଳେ ଆଖି ଖୋସି ହୋଇଗଲା ଭଳି ଧନସମ୍ପତି ମିଳିଛି। ରେଡ ବେଳେ ନଗଦ ୯୪ କୋଟି ଟଙ୍କା, ୮ କୋଟିର ହୀରା ଅଳଙ୍କାର ଓ ୩୦ଟି ବିଦେଶୀ କମ୍ପାନୀର ଦାମୀ ଘଣ୍ଟା ଆୟକର ବିଭାଗ ଜବତ କରିଛି।କର୍ଣ୍ଣାଟକା, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ ଦିଲ୍ଲୀର କିଛି ସ୍ଥାନରେ ୧୨ ତାରିଖରୁ ଚାଲିଥିବା ରେଡ୍‌ ବେଳେ ଏପରି ଜିନିଷ ସବୁ ମିଳିଛି। ସରକାରୀ କଣ୍ଟ୍ରାକ୍ଟର ଓ ରିୟଲି ଷ୍ଟେଟ ଡେପଲପର୍ସଙ୍କ ଠିକଣାରେ ଆୟକର ବିଭାଗର ଏକାଧିକ ଟିମ ଏକକାଳୀନ ଚଢ଼ଉ କରିଥିଲେ।୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ରେଡ୍‌ ବେଳେ ଅଧିକାରୀମାନେ ୫୫ ସ୍ଥାନରେ ଯାଞ୍ଚ କରିଥିଲେ। ଏହାପରେ ପ୍ରଚୁର ମାତ୍ରାର ସମ୍ପତ୍ତି ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି।ସିବିଡିଟି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ରେଡ୍‌ ବେଳେ ନଗଦ ପ୍ରାୟ ୯୪ କୋଟି ଟଙ୍କା ମିଳିଛି। ଏଥିସହ ୮ କୋଟି ଟଙ୍କାର ସୁନା ଓ ହୀରା ଗହଣା ମିଳିଛି। ଏହାକୁ ମିଶାଇଲେ ୧୦୨ କୋଟିରୁ ଅଧିକ ଟଙ୍କା ହେବ। ଘଣ୍ଟା ତିଆରି କାମରେ ଲିପ୍ତ ନଥାଇ ମଧ୍ୟ ଗୋଟିଏ ଘରୋଇ କମ୍ପାନୀରେ କାମ କରୁଥିବା ଜଣେ କର୍ମଚାରୀଙ୍କ ଘରକୁ ୩୦ଟି ଦାମୀ ଘଣ୍ଟା ମିଳିଛି।


error: Content is protected !!