ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡକୁ ଗ୍ରହଣ କରୁନି “ଶ୍ରୀଜା” ହସ୍ପିଟାଲ


ଭୁବନେଶ୍ୱର:- ବର୍ତ୍ତମାନ ସମୟରେ ଆମର ଜନପ୍ରିୟ ସରକାରଙ୍କ ଦ୍ୱାରା ଗରିବ ଲୋକ ମାନଙ୍କ ସହାୟତା ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରୁଛନ୍ତି।ସେଥି ମଧ୍ୟରୁ “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା” ଅନ୍ୟତମ।ଏହି ଯୋଜନା ମାଧ୍ୟମରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ରାଜ୍ୟର ପ୍ରତ୍ୟକ ନାଗରିକ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିର୍ଚ୍ଛା ସୁବିଧା ପାଇବାର ପ୍ରାବଧାନ ଅଛି।ମାତ୍ର ବିଡ଼ମ୍ବନାର ଘଟଣା ଏହି ଯେ,ଭୁବନେଶ୍ୱର ର ଜୈନକ ମହିଳା କଟକ ସ୍ଥିତ “ଶ୍ରୀଜା” ନାମକ ଏକ ଘରୋଇ ହସ୍ପିଟାଲ ରେ ଚିକିର୍ଛିତ ହେଉଛନ୍ତି।ବର୍ତ୍ତମାନ ଚିକିର୍ଛିତା ମହିଳାଙ୍କ ପରିବାର ମହିଳାଙ୍କ ଚିକିର୍ଚ୍ଛା ବାବଦରେ ହସ୍ପିଟାଲ ଦେୟ କୁ “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା “ମାଧ୍ୟମରେ ପୈଠ କରିବାକୁ କହିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ତାହାକୁ ଗ୍ରହଣ ନକରି ଚିକିର୍ଚ୍ଛା ବାବଦ ଖର୍ଚ୍ଚକୁ ନଗଦ ଅର୍ଥ ଆକାରରେ ପୈଠ କରିବାକୁ ବାଧ୍ୟ କରୁଥିବା ଅଭିଯୋଗ ହେଉଛି।ତେଣୁ ଚିକିର୍ଚ୍ଛା ବାବଦରେ ହୋଇଥିବା ସମସ୍ତ ଖର୍ଚ୍ଚ କୁ ସରକାରଙ୍କ ପ୍ରଦତ୍ତ ଉକ୍ତ ଯୋଜନା ମାଧ୍ୟମରେ ଗ୍ରହଣ କରି ରୋଗୀକୁ ମୁକ୍ତ କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଙ୍କୁ ନିର୍ଦେଶ ଦେବାକୁ ମହିଳାଙ୍କ ପରିବାର ପକ୍ଷରୁ ସରକାରଙ୍କୁ ଆକୁଳ ନିବେଦନ କରାଯାଇଛି।


error: Content is protected !!