ରାଜସ୍ଥାନର ଶ୍ରୀଗଙ୍ଗା ନଗରରୁ ଧରାପଡ଼ିଛି ଜଣେ ପାକିସ୍ତାନୀ ଗୁପ୍ତଚର । ତା ନାଁ ହେଲା ପ୍ରକାଶ ସିଂହ ଓରଫ ବାଦଲ। ରାଜସ୍ଥାନ ସିଆଇଡି ତାକୁ ଗିରଫ କରିଛି। ତାକୁ ଜୟପୁରର ସିନିୟର ସିଭିଲ ଜଜ୍ ଓ ଚିଫ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା। ପ୍ରକାଶ ନାଁରେ ଲାଗିଛି ଦେଶଦ୍ରୋହ ପରି ସଂଗୀନ ମାମଲା।
ସେ ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କରେ କାମ କରୁଥିଲା। ସେନା, ଟ୍ୟାଙ୍କ, ଗାଡ଼ି ସଂପର୍କିତ ତଥ୍ୟ ତା ଫୋନରୁ ମିଳିଛି। ଆଉ କେତେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମଧ୍ୟ ମିଳିଛି। ପାକିସ୍ତାନକୁ ସେ କେଉଁ ତଥ୍ୟ ଦେଇଛି, ତାର ଖୋଳତାଡ଼ ଚାଲିଛି। ଅଧିକ ପଚରା ଉଚରା ପାଇଁ ସିଆଇଡି ୧୦ ଦିନିଆ ରିମାଣ୍ଡରେ ନେଇଛି । ୧୧ ତାରିଖରେ ରିମାଣ୍ଡ ସରିବ। ସେତେ ଦିନ ଯାଏ ତାକୁ ଘନ ଘନ ଜେରା କରି ତଥ୍ୟ ବାହାର କରିବ ସିଆଇଡି।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…