ବିଶ୍ଵ ହାତଧୁଆ ଦିବସ


୨୦୦୮ ମସିହାରୁ ପ୍ରତି ବର୍ଷ ଅକ୍ଟୋବର ୧୫ ତାରିଖରେ ପାଳିତ ହେଉଛି ‘ବିଶ୍ବ ହସ୍ତ ପ୍ରକ୍ଷାଳନ ଦିବସ’ ବା ଇଂରାଜୀରେ ‘ଗ୍ଲୋବାଲ୍ ହ୍ୟାଣୁ ୱାସିଂ ଡେ’ । ନିୟମିତ ହାତ ଧୋଉଥିଲେ ଉଦର ଓ ଶ୍ଵାସକ୍ରିୟା ସଂପର୍କିତ ବିଭିନ୍ନ ମାରାତ୍ମକ ସଂକ୍ରାମକ ରୋଗ ଯଥା- ନିମୋନିଆ, ଡାଇରିଆ ଆଦି ରୋଗ ହୋଇଥାଏ। ନିମୋନିଆ ଓ ଡାଇରିଆରେ ପ୍ରତି ବର୍ଷ ବିଶ୍ବରେ ପାଞ୍ଚ ବର୍ଷରୁ କମ୍ ବୟସ୍କ ୩୫ ଲକ୍ଷ ଶିଶୁଙ୍କ ଜୀବନ ଯାଉଛି। ନିୟମିତ ଠିକ୍ ଭାବରେ ହାତ ଧୋଉଥିଲେ ଏହି ରୋଗ ହେବାର ଆଶଙ୍କା ୨୫ରୁ ୫୦ ପ୍ରତିଶତ ହ୍ରାସ ପାଇଥାଏ । ତେଣୁ ଏ ବାବଦରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ନିୟମିତ ସାବୁନରେ ହାତ ସଫା କଲେ, ବହୁ ସଂକ୍ରାମକ ରୋଗ ସହଜରେ ହୁଏ ନାହିଁ। ବିଦ୍ୟାଳୟରେ ଏ ବାବଦରେ ସଚେତନତା ସୃଷ୍ଟିକୁ ପ୍ରାଥମିକତା ଦିଆଯାଉଛି। ୨୦୧୭ରେ ସାରା ବିଶ୍ଵରେ କୋଡ଼ିଏ କୋଟି ଶିଶୁ ଏହି ଦିବସ ପାଳିଥିଲେ । ୨୦୧୪ରେ ମଧ୍ୟପ୍ରଦେଶର ଏକାବନଟି ଜିଲ୍ଲାର ୧୨,୭୬,୪୨୫ ସ୍କୁଲ୍ ପିଲା ଏହି ଦିବସ ପାଳନ ଅବସରରେ ସାବୁନରେ ହାତ ଧୋଇ, ସଚେତନତାର ବାର୍ତ୍ତା ବାଣ୍ଟିଥିଲେ। ‘ଗିନିଜ୍ ବୁକ୍’ ଅନୁଯାୟୀ ତାହା ଏକ ରେକର୍ଡ।


error: Content is protected !!