ଆଜି ନବରାତ୍ରି ପୂଜାର ଅଷ୍ଟମ ଦିବସ


ଆଜି ନବରାତ୍ରି ପୂଜାର ଅଷ୍ଟମ ଦିବସ l ଆଜି ଵିଧି ଅନୁସାରେ ମା ମହାଗୌରୀ ଙ୍କର ପୂଜା କରା ଯାଇଥାଏ lମା ମହାଗୌରୀ ହେଉଛନ୍ତି ମା ପାର୍ବତୀ ଙ୍କର ସାକ୍ଷାତ ସ୍ୱରୂପିଣୀ l ସେ ହେଉଛନ୍ତି ସୃଷ୍ଟିର ପରା ପ୍ରକୃତି ଓ ପରା ସୃଷ୍ଟି l ଶ୍ୱେତ ବୃଷଭ ବାହନା, ଶ୍ଵେତାମ୍ବରl, ଶ୍ୱେତ ଗିରୀଶୃଙ୍ଗ ବେଷ୍ଟିତ କୈଳାଶଗିରି ନିବାସିନୀ l ଶୁମ୍ଭ ନିଶୁମ୍ଭଙ୍କୁ ବଧ କରିସାରି ଦେବୀ କୌଶିକୀ ରୂପରେ ମାନସରୋବର ରେ ହେମ ଗୌରୀ ରୂପ ଧାରଣ କରି ପ୍ରକଟ ହୋଇଥିଲେ l ଦେବୀ ଅସୁର ସଂହାର କରି ଧରାପୃଷ୍ଠରୁ ପାପ ଭାର ହରଣ କରିଥିଲେ lମା ମହାଗୌରୀ ଙ୍କର ପ୍ରାର୍ଥନାରେ ଦେବୀ ଭାଗବତ ଓ ମାର୍କଣ୍ଡେୟ ପୁରାଣ ଶତମୁଖ l ଋଷି ମେଧା ମା ଙ୍କର ଧରlବକ୍ଷରେ ଉପାସନା ର ଆଦ୍ୟ ପ୍ରବର୍ତ୍ତକ l ମା ଶରଣାଗତ ଦିନlର୍ତ୍ତ ଶତ୍ରୁସଂହାର କାରିଣୀ lମା ମହା ଗୌରୀ ଙ୍କର ପ୍ରମୁଖ କେତେକ ମନ୍ଦିର ହେଲା ଉତ୍ତରାଖଣ୍ଡ ପିଥୋରଗଡ଼ଠାରେ ଉତ୍ତର ପ୍ରଦେଶ ମଥୁରାଠାରେ ଆରବlଳୀର ମାତୃ ପୀଠରେ କଲିକତା ଦକ୍ଷିଣ କାଳୀ ମନ୍ଦିର ପରିସରରେ ଯାହାକି ଭାରତ ବିଖ୍ୟାତ lଜୟ ମା ମହାଗୌରୀ l


error: Content is protected !!