ଭଗବତୀ ପାଣିଗ୍ରାହୀଙ୍କ ୮୦ତମ ତିରୋଧାନ ଦିବସ


ବାଲିପାଟଣା:- ସାମ୍ୟବାଦୀ ନେତା ଭଗବତୀ ପାଣିଗ୍ରାହୀଙ୍କ ୮୦ ତମ ତିରୋଧାନ ଦିବସ ସୋମବାର ଦିନ ତାଙ୍କ ଜନ୍ମସ୍ଥାନରେ ପାଳିତ ହୋଇଯାଇଛି।ବରିଷ୍ଠ ଆଇନଜୀବୀ ଅଶୋକ ରାଉତରାୟଙ୍କ ସଭାପତିତ୍ୱରେ  ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଓଝା ମୁଖ୍ୟ ଅତିଥିଭାବେ ଯୋଗଦାନ କରି ସାମ୍ୟବାଦୀ ନେତା ଭଗବତୀ ପାଣିଗ୍ରାହୀ କେବଳ ଜଣେ ଲେଖକ ନଥିଲେ ବରଂ ଏକାଧାରରେ ଜଣେ ସାମ୍ୟବାଦୀ ଏବଂ ସମାଜସେବୀ ଥିଲେ।ମାତ୍ର ସେ ତାଙ୍କ ଜୀବନର ସ୍ୱଳ୍ପ ସମୟସୀମା ମଧ୍ୟରେ ଯାହା ସମାଜକୁ ଦେଇଛନ୍ତି,ତାଙ୍କ ଅବଦାନର ପ୍ରତିମୂଲ୍ୟର ପ୍ରତିଫଳନ କିଛି ମାତ୍ରାରେ  ହୋଇପାରିଛି।ସମବାୟବିତ ଅଭିମନ୍ୟୁ ନାୟକ ମୁଖ୍ୟବକ୍ତାଭାବେ ଯୋଗଦାନ କରି କହିଲେ ଭଗବତୀ ପାଣିଗ୍ରାହୀ ଥିଲେ ଅନଗ୍ରସର ବର୍ଗର ବ୍ୟକ୍ତିମାନଙ୍କ ଅଗ୍ରଦୂତ।ତାଙ୍କର ସାହିତ୍ୟ କ୍ଷେତ୍ରକୁ ଯେଉଁ ଅବଦାନ ଅଛି,ତାହା ତାଙ୍କୁ କାଳଜୟୀ କରି ରଖିବ।  ସେ ତାଙ୍କ ସାମ୍ୟବାଦୀ ସଂଗ୍ରାମ ପାଇଁ କେବଳ ଓଡିଶା ନୁହେଁ ,ସାରା ବିଶ୍ୱରେ ପରିଚିତ ହୋଇ ରହିବେ।ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗଦାନ କରି ସମାଜସେବୀ ବିଶ୍ୱନାଥ ବିଶ୍ୱାଳ କହିଲେ ଓଡ଼ିଶାରେ ସାମ୍ୟବାଦର ଅଙ୍କୁରୋଦାଗମ ଭଗବତୀ ପାଣିଗ୍ରାହୀଙ୍କ ଦ୍ୱାରା ହୋଇଥଲା।ସାମ୍ୟବାଦୀ ନେତା ସ୍ବର୍ଗତ ରବି ରାୟ,ଅବନୀ ବରାଳ ଓ ବର୍ତ୍ତମାନର ନେତା ଶଶୀ ଭୂଷଣ ବେହେରାଙ୍କ ପରି ଅନେକ  ତାଙ୍କର ସାମ୍ୟବାଦୀ ଚେତନାରେ ଅନୁପ୍ରାଣିତ।ଏହି ସତ୍ୟକୁ ଅସ୍ୱୀକାର କରିହେବନାହିଁ।ଶିଶୁମାନଙ୍କ ମଧ୍ୟରେ ପ୍ରତିଭାର ବିକାଶ ଓ ନିଜ ଅଂଚଳର ପୂଜ୍ୟ ପୂଜାଙ୍କୁ ଜାଣିବା ପାଇଁ ଭଗବତୀ ପାଣିଗ୍ରାହୀ ଙ୍କ ସାହିତ୍ୟ ଓ ସମାଜସେବା ତାଙ୍କୁ ଚିରଦିନ ପାଇଁ ଅମର କରି ରଖିବ।ଏହି କାର୍ଯ୍ୟକ୍ରମରେ ରାଜେନ୍ଦ୍ର ଖଟୁଆ ଓ ପ୍ରଭାତ ପାଣିଗ୍ରାହୀଙ୍କ ସମେତ ଅନେକ ଅନୁଗାମୀ ଉପସ୍ଥିତ ଥିଲେ।


error: Content is protected !!