February 4, 2026

Now Odisha

Now Odisha

ଅଙ୍ଗନଓ୍ୱାଡି ପାଇଁ ବଡ଼ ଘୋଷଣା

Spread the love

ଭୁବନେଶ୍ୱର,୭ା୧୨): ରାଜ୍ୟ ସରକାର ପ୍ରଥମେ ୫, ପରେ ୭ ଓ ୧୨ ଲକ୍ଷ ଟଙ୍କା ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ ପ୍ରଥମେ ଦେଉଥିଲେ। ଏବେ ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ ଲାଗି ସରକାର ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଉଛନ୍ତି। ହେଲେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୋଟିଏ ବୈଠକ କିଛିଦିନ ତଳେ ହୋଇଥିଲା। ଏଥିରେ ସରକାରଙ୍କ ପକ୍ଷରୁ ଅଙ୍ଗନଓ୍ୱାଡି କେନ୍ଦ୍ର ପ୍ରତିଷ୍ଠା ଲାଗି ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦିଆଯିବାକୁ ପ୍ରସ୍ତାବ ରହିଛି।

ଯେଉଁଠାରେ ଅର୍ଥ ଅଭାବ କାରଣରୁ ଅଧାପନ୍ତରିଆ ଭାବେ ଅଙ୍ଗନଓ୍ୱାଡି କେନ୍ଦ୍ର ପଡ଼ି ରହିଛି। ବିଧାୟକମାନେ ତାଲିକା କରି ସିଡିପିଓଙ୍କ ମାଧ୍ୟମରେ ରିପୋର୍ଟ ପ୍ରଦାନକଲେ ବିଭାଗ ପକ୍ଷରୁ ତା’ର କାର୍ଯ୍ୟ କରାଯିବ। ବିଭାଗ ନିଜ ଅର୍ଥରେ ଜାଗା କିଣି ଅଙ୍ଗନଓ୍ୱାଡି କରିବା ଲାଗି ପ୍ରସ୍ତୁତ ଅଛି, ହେଲେ ବିଧାୟକମାନେ ଯଦି କୌଣସି କମ୍ୟୁନିଟି ସ୍ଥାନ ଚିହ୍ନଟ କରିବେ ତେବେ ସେହି କାର୍ଯ୍ୟ ଆହୁରି ତୁରନ୍ତ ହୋଇପାରିବ। ରାଜ୍ୟରେ ପ୍ରତ୍ୟେକ ଅଙ୍ଗନଓ୍ୱାଡି କେନ୍ଦ୍ର ନିଜସ୍ୱ ଗୃହରେ ଚାଲିବ। ରାଜ୍ୟରେ ସମୁଦାୟ ୭୪,୨୨୪ଟି ଅଙ୍ଗନଓ୍ୱାଡି କେନ୍ଦ୍ର ଥିବାବେଳେ ସେଥିମଧ୍ୟରୁ ୨୦,୧୫୦ଟି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
ବିଧାନସଭାରେ ଶନିବାର ପ୍ରଶ୍ନକାଳ ସମୟରେ ବହୁ ବିଧାୟକ ଅଙ୍ଗନଓ୍ୱାଡି କେନ୍ଦ୍ର ସମ୍ପର୍କିତ ସମସ୍ୟା ନେଇ ପ୍ରଶ୍ନ କରିଥିଲେ। ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ପରିଡ଼ା କହିଛନ୍ତି, ୨୦୨୪-୨୫ ଆର୍ଥିକ ବର୍ଷରୁ ମୋଟ୍‌ ୫୦ଟି ଅଙ୍ଗନଓ୍ୱାଡି କେନ୍ଦ୍ର ଲାଗି ବିଭାଗ ପକ୍ଷରୁ ୧୨ ଲକ୍ଷ ଟଙ୍କା ଲେଖାଏ ମୋଟ ୬ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ହେଲେ ସେଥିରୁ ସମସ୍ତ ଅଙ୍ଗନଓ୍ୱାଡି କେନ୍ଦ୍ର ପ୍ରତିଷ୍ଠା ଲାଗି ଜାଗା ଚିହ୍ନଟ ସରିଥିବା ବେଳେ ଗୋଟିଏ କେନ୍ଦ୍ରର କାର୍ଯ୍ୟ ଆରମ୍ଭ ହୋଇଛି, ବାକି ଖୁବ୍‌ଶୀଘ୍ର ଆରମ୍ଭ ହେବ। ରାଜ୍ୟର ୧୩ଟି ପିଭିଟିଜି ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ୯୦ଟି ଅଙ୍ଗନଓ୍ୱାଡି କେନ୍ଦ୍ର ଖୋଲିବାକୁ କେନ୍ଦ୍ର ସରକାର ୧୨ ଲକ୍ଷ ଟଙ୍କା ଲେଖାଏ ଯୋଗାଇ ଦେଇଛନ୍ତି। ଯେତେଶୀଘ୍ର ଜାଗା ଚିହ୍ନଟ ହେବ ସେତେଶୀଘ୍ର କାର୍ଯ୍ୟ ହେବ ବୋଲି ସେ କହିଛନ୍ତି।
ଏହି ଅବସରରେ ନିର୍ମାଣ ଏବଂ ପର୍ଯ୍ୟଟନ ବିଭାଗ ଉପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଧାୟକ ପ୍ରଦୀପ ସାହୁ, ମଙ୍ଗୁ ଖିଲ, ଧ୍ରୁବ ଚରଣ ସାହୁ, ଦୁର୍ଗା ପ୍ରସନ୍ନ ନାୟକ, ଗଣେଶ୍ୱର ବେହେରା, ସରୋଜ ପାଢ଼ୀ, ରମେଶ ଚନ୍ଦ୍ର ବେହେରା, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ସନ୍ତୋଷ ଖଟୁଆ ପ୍ରମୁଖ ଏଥିରେ ଭାଗ ନେଇଥିଲେ।

error: Content is protected !!