ଓଡିଶା ମହିଳା କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି କଟକ ଜିଲ୍ଲାର ଗାୟତ୍ରୀ ଖୁଣ୍ଟିଆ


ଓଡ଼ିଶା ମହିଳା କ୍ରିକେଟ ଦଳରେ ମାହାଙ୍ଗା ଲଳିତଗିରର ଗାୟତ୍ରୀ ୧୫ବର୍ଷରୁ କମ୍ ବୟସ ବର୍ଗ ଓଡିଶା ମହିଳା କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି କଟକ ଜିଲ୍ଲାର ଗାୟତ୍ରୀ ଖୁଣ୍ଟିଆ। ଆସନ୍ତାକାଲି ସେ କୋଲକାତାରେ ହେବାକୁ ଥିବା ପ୍ରତିଯୋଗିତାରେ ଭାଗ ନେବାକୁଗସ୍ତ କରିଛନ୍ତି । ଖବର ପ୍ରଚାର ପରେ ଗାୟତ୍ରୀଙ୍କ ଗାଁ ମାହାଙ୍ଗା ନିକଟଲଳିତଗିରି ରେ ଖୁସି ପ୍ରକାଶ ପାଇଛି। ଗାୟତ୍ରୀ ଲଳିତଗିରି ପଞ୍ଚାୟତ ସ୍ଥିତ ଲଳିତଗିରି ନୋଡାଲ ଉଚ୍ଚବିଦ୍ୟାଳୟର ପଢ଼ୁଛନ୍ତି। ଓଡିଶା କ୍ରିକେଟଏକାଡେମୀ ପକ୍ଷରୁ କଟକ ଜିଲ୍ଲା ଦଳ ଚୟନରେସେ ସ୍ଥାନ ପାଇଥିଲେ। ରାଜ୍ୟସ୍ତରରେ ଏମିଏ ପକ୍ଷରୁହୋଇଥିବା ଚୟନରେ ସେ ଅଲରାଉଣ୍ଡର ଭାବେ ଓଡିଶାଦଳରେ ସ୍ଥାନ ପାଇଥିଲେ। ଓଡ଼ିଶା ପକ୍ଷରୁ ଖେଳିବାପାଇଁ ମନୋନୀତ ହୋଇଥିବାରୁ ବରିଷ୍ଠ କ୍ରୀଡାବିତମାନେଗାୟତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇବା ସହ ଖେଳରେ ଉତ୍ତମ ପ୍ରଦର୍ଶନ ପାଇଁ ଆଶାପୋଷଣ କରିଛନ୍ତି । ବାପା ଶିଶିର ଜଣେ ଗରିବ ଶ୍ରେଣୀର ଲୋକ କଷ୍ଟରେ ଗାୟତ୍ରୀ ଙ୍କୁ ପାଠ ପଢାଇ ଆସୁଛନ୍ତି। ଗାୟତ୍ରୀ ଙ୍କୁ ମନୋନୀତକରାଯାଇଥିବା ନେଇ କଟକ ଆଥଲେଟିକ ଆସୋସିଏସନ ସଂପାଦକ ସୂଚନା ଦେଇଛନ୍ତି।


error: Content is protected !!