ଓଡ଼ିଶାର ଚଳଚ୍ଚିତ୍ର ପାଇଁ ଗଂଜାମର ଅବଦାନ ସ୍ମରଣୀୟ କିନ୍ତୁ ଉପେକ୍ଷିତ


ଓଡ଼ିଶାର ଚଳଚ୍ଚିତ୍ର ପାଇଁ ଗଂଜାମର ଅବଦାନ ସ୍ମରଣୀୟ କିନ୍ତୁ ଉପେକ୍ଷିତ।ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ଗଂଜାମର ଗର୍ବ ଗୌରବ କେବଳ ନୁହଁ ସାରା ଓଡ଼ିଶାର ଚଳଚ୍ଚିତ୍ର ପାଇଁ ଯେଉଁ ଅଂଚଳର ଅତୀତ ଅନେକ କୀର୍ତ୍ତି ମାନ ସ୍ଥାପନ କରିଛି ସେହି ମାଟିର କୃତି ସନ୍ତାନ କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ଙ୍କ ସମେତ ପଦ୍ମ ଶ୍ରୀ ଶିଶିର ମିଶ୍ର ନାଟ୍ୟ ଶ୍ରୀ ରଘୁନାଥ ମିଶ୍ର ପଦ୍ମ ଶ୍ରୀ ରଘୁନାଥ ପାଣିଗ୍ରାହୀ ଙ୍କ ପରି ଯଶସ୍ୱୀ କଳା ସଂସ୍କୃତି ଉପାସନା ପୂଜ୍ୟ ପୂଜା ମଣିଷ ଙ୍କୁ ବାଦ ଦେଇ ଚଳଚ୍ଚିତ୍ର ଇତିହାସ ଅସଂପୂର୍ଣ୍ଣ। କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ (ଆସିକା) ୧୯୫୮ ମସିହାରେ ଉତ୍କଳ ଚଳଚ୍ଚିତ୍ର ପ୍ରତିଷ୍ଠାନ କରିଥିଲେ। ମହାଲକ୍ଷ୍ମୀପୂଜା, କଂସ, ନାଗପଞ୍ଚମୀ ,ପରିଣାମ ଓ ଦସ୍ୟୁ ରତ୍ନାକର ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଦସ୍ୟୁ ରତ୍ନାକର ଚଳଚ୍ଚିତ୍ର ଟରେ ଶିଶୁ କଳାକାର ଭାବରେ ଚଳଚ୍ଚିତ୍ର ଅଭିନେତା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ ଙ୍କୁ କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ସର୍ବ ପ୍ରଥମେ ଚଳଚ୍ଚିତ୍ର ରେ ସୁଯୋଗ ଦେଇଥିବା କଥା ଓଡ଼ିଆ ଚଳଚ୍ଚିତ୍ର ନିଗମ କେବେ ସ୍ମରଣ କରି ଦୁଇ ପଦ କଥା ଗଂଜାମର ଅବଦାନ କୁ ନେଇ ଆଲୋଚନା କରିବା ଅବସର ପାଇଛନ୍ତି କି? ଓଡ଼ିଶା ଜୟଦେବ ସମ୍ମାନ ପାଇବା ରେ କବିରାଜ କୃଷ୍ଣ ଚନ୍ଦ୍ର ତ୍ରିପାଠୀ ହେଉଛନ୍ତି ସର୍ବ ପ୍ରଥମ ବ୍ଯକ୍ତି। ଏମାନଙ୍କ ପାଇଁ ଗଂଜାମ ଗର୍ବ ଅନୁଭବ କରେ।ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ବରିଷ୍ଠ ଆୟୁର୍ବେଦ ଚିକିତ୍ସକ ଗବେଷକ ସାହିତ୍ୟିକ ସ୍ତମ୍ଭକାର ନିବାରିଣୀ,ଲୋଚାପଡ଼ା ବ୍ରହ୍ମପୁର।


error: Content is protected !!