ଗଂଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ସହିତ ଆକ୍ରମଣ ନେଇ ଉଦ୍ୟମ କରିଥିବା ଘଟଣାରେ ଜଣଙ୍କୁ ଉଠାଇ ନେଲା ଛତ୍ରପୁର ଥାନା ପୁଲିସl ସେହିପରି ଜଣେ ମହିଳା ସୁରକ୍ଷା କର୍ମୀଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛିl ଏନେଇ ମେଡିକାଲ କର୍ତ୍ତ୍ତୃପକ୍ଷ ଛତ୍ରପୁର ଥାନାକୁ ଜଣାଇଥିଲେl ପରେ ଛତ୍ରପୁର ଥାନା ପୁଲିସ ଅଭିଯୁକ୍ତକୁ ଥାନାକୁ ଉଠାଇ ନେଇଛିl ଏପରି ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଡାକ୍ତରମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଦୋଷୀଙ୍କ ବିରୁଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତିl
