ଏମିତି ଚାଲିଛି ନିଦାନ ଡାଏଗ୍ନୋଷ୍ଟିକ ସେଣ୍ଟର, ବର୍ଷେ ହେଲା ନାହିଁ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ସର୍ଟିଫିକେଟ


ବ୍ରହ୍ମପୁର ଗଜପତିନଗର ଛକରେ ଥିବା ନିଦାନ ଡାଏଗ୍ନୋଷ୍ଟିକ ସେଣ୍ଟରର ଆଜକୁ ଏକ ବର୍ଷ ହେବ ଲାଇସେନ୍ସ ନାହିଁ । ଅଥଚ ସେଠାରେ ଦୈନିକ ହଜାର ହଜାର ରୋଗୀଙ୍କ ପରୀକ୍ଷା ନିରୀକ୍ଷା ଚାଲୁ ରହିଛି । ଲାଇସେନ୍ସ ନଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନ ଜାଣିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଏପରିକି ଖୋଦ୍ ଏମକେସିଜି କର୍ତ୍ତୁପକ୍ଷ ଏହି ସଂସ୍ଥା ସହ ଚୁକ୍ତି କରି ରୋଗୀ ପଠାଉଛନ୍ତି । ଲାଇସେନ୍ସ ପାଇଁ ନିଦାନ ପକ୍ଷରୁ ବାରମ୍ବାର ଆବେଦନ କରାଯାଇଛି ହେଲେ ସରକାରୀ ନିୟମ ଅନୁସାରେ ଆବଶ୍ୟକୟ ମାନଦଣ୍ଡ ପୂରଣ କରୁନଥିବାରୁ ନିଦାନକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସାର୍ଟିଫିକଟ ମିଳିପାରିନାହିଁ । ଯେଉଁ ସଂସ୍ଥାର ଲାଇସେନ୍ସ ନାହିଁ ସେଠାରୁ ରୋଗୀଙ୍କୁ ମିଳୁଥିବା ରିପୋର୍ଟ କେତେ ବୈଧ ବୋଲି ପ୍ରଶ୍ନ ଉଠିଛି ।


error: Content is protected !!