ଦିନ ଥିଲା ଶୃଙ୍ଖଳିତ ଦଳ ଭାବେ ବିଜୁ ଦଳ ର ପରିଚୟ ରହିଥିଲା। ନେତା, ବିଧାୟକ, ସାଂସଦ ଏବଂ ମନ୍ତ୍ରୀ ମାନେ ଜଗିରଖି ମାପି ଚୁପି ବୟାନ ଦେଉଥିଲେ। ହେଲେ ଏବେ ଧିରେ ଧିରେ ସମସ୍ତ ଙ୍କର ତୁଣ୍ଡ ଆଉ ଵୋଲ ମାନୁନାହିଁ। ଦଳୀୟ ଶୃଙ୍ଖଳା କୁ ପଛରେ ପକାଇ ସତେ ଯେମିତି ସମସ୍ତ ଙ୍କ ମୁହଁ ରୁ ତୁଣ୍ଡି ଖୋଲି ଯାଇଛି।
ଯାହା ହେଉଥିଲା ହେଉଥିଲା
ହେଲେ ଗତକାଲି ଶୁକ୍ରବାର ବିଜେଡ଼ି ର ୨୯ ତମ ପ୍ରତିଷ୍ଠା ଦିବସ ରେ କଟକ ସଦର ତଥା ଚୈ।ଦ୍ୱାର-କଟକର ପୂର୍ବତନ ବିଧାୟକ ବରିଷ୍ଠ ବିଜେଡି ନେତା ପ୍ରଭାତ ରଞ୍ଜନ ବିଶ୍ୱାଳ ଙ୍କର ବିସ୍ପୋରକ ବୟାନ ଏବେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବିଜେଡ଼ି ରେ କମ୍ପନ ସୃଷ୍ଟି କରିଛି। ରାଜ୍ୟ ର କିଛି ବରିଷ୍ଠ ତଥା ହାରଉ ନେତା ଭାବେ ବଵି,ଦେଵୀ, ଅତନୁ,ପ୍ରତାପ, ସଂଜୟଙ୍କ ଆଡ଼କୁ ସିଧାସଳଖ ନିଶାନା କରି ଵହେ ବର୍ଷିଛନ୍ତି।
ଏମାନଙ୍କ ପାଇଁ ଦଳର ଏପରି ବିପର୍ଯ୍ୟୟ ବୋଲି ସିଧାସଳଖ ଅଭିଯୋଗ କରି ତୁରନ୍ତ ସେମାନେ ରାଜ୍ୟ ରାଜନୀତିରୁ ଓହରି ଯାଇଁ ନିଜ ନିଜ ନିର୍ବାଚନ ମଣ୍ଡଳୀ ସମ୍ଭାଳନ୍ତୁ ବୋଲି କହିବା ସହିତ ଏଥିରୁ ଅନ୍ୟଥା ହେଲେ ପ୍ରଥମେ ଚୈ।ଦ୍ୱାର କଟକ ରୁ ସେମାନଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ ହେବ ବୋଲି ଚେତାବନୀ ଦେଇଛନ୍ତି। ଏଥିସହିତ ପାଣ୍ଡିଆନ ଦମ୍ପତି ଙ୍କ ସପକ୍ଷରେ ଯାଇ ପ୍ରଭାତ କହିଛନ୍ତି ଯେ ସେମାନଙ୍କ ର ବିଜେଡ଼ି ପାଇଁ ସମର୍ପିତ ମନୋଭାବ ତାଙ୍କୁ ସ୍ମରଣୀୟ କରି ରଖିବ। ସୁଜାତା କାର୍ତ୍ତିକେୟ ପାଣ୍ଡିଆନଙ୍କୁ ଏଥିପାଇଁ ରାଜ୍ୟ ସଭା ପଠାଯିବା ଏକାନ୍ତ ଆବଶ୍ୟକ ବୋଲି ପ୍ରଭାତ କହିଛନ୍ତି। ତେବେ ଆଗକୁ ବିଜେଡ଼ି ରାଜନୀତି ପାଣିପାଗ କେଉଁ ଆଡକୁ ଯାଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |