ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବଲାଙ୍ଗୀର ଟାଉନ ଥାନା ପୋଲିସ । ଟାଉନ ଥାନା ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପ୍ରମୋଦ ସିଂ, ପ୍ରିନ୍ସ ସିଂ ଓ ରଞ୍ଜନ । ପୋଲିସ ସେମାନଙ୍କ ଠାରୁ ଦେଶୀ ବନ୍ଧୁକ, ଗୋଟିଏ ବାଇକ୍ ଓ ୧୦ଟି ମୋଟର ସାଇକେଲ ଜବତ କରିଛି ।
ଖବର ମୁତାବକ, ଗତ ଅଗଷ୍ଟ ୪ ତାରିଖରେ ସ୍ଥାନୀୟ ଏଚ୍ଡିଏଫସି ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଉଠାଇ ସ୍କୁଟି ଡିକିରେ ରଖି ଏକ ଦୋକନ କୁ ଯାଇଥିଲେ । ଉକ୍ତ ଦୋକାନ ସମ୍ମୁଖରେ ସ୍କୁଟି ରଖିଥିବା ସମୟରେ ଅଭିଯୁକ୍ତମାନେ ଡିକି ଖୋଲି ନଗଦ ଟଙ୍କା ନେଇ ଚମ୍ପଟ ମାରିଥିଲେ l ପରେ ପୋଲିସ କେସ ନମ୍ବର ୫୧୪/୨୫ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା l
ଏହି ଗ୍ୟାଙ୍ଗ ବଲାଙ୍ଗୀର, ଟିଟଲାଗଡ ଓ କଳାହାଣ୍ଡି ଜିଲା ସମେତ ଛତିଶଗଡ଼ର ମହାସମୁନ୍ଦ ଜିଲା ଅଞ୍ଚଳରେ ଅନେକ ଚୋରି, ଲୁଟ୍ ମାମଲାରେ ସମ୍ପୃକ୍ତ ଥିବା ନେଇ ବଲାଙ୍ଗୀର ଏସପି କହିଛନ୍ତି ।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |