ରାଜନୈତିକ ଆକ୍ରୋଶ ଅଟକାଇ ପାରିନି ମା’ଗଜଲକ୍ଷ୍ମୀଙ୍କ ପୂଜା


ଗାଁ ହେଉ କି ସହର ସବୁଆଡେ ଧନଦାତ୍ରୀ ମା’ଗଜଲକ୍ଷ୍ମୀ ଙ୍କ ପୂଜା ଧୁମଧାମରେ ପାଳନ କରାଯାଉଛି | ସେହିପରି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ସାମନ୍ତରାୟପୁର ପଞ୍ଚାୟତ ପଞ୍ଚାୟତ ସିରସ୍ତା ଠାରେ ଧନଦାତ୍ରୀ ମା’ଗଜଲକ୍ଷ୍ମୀ ଙ୍କ ପୂଜା ୪୯ ତମ ବର୍ଷରେ ପଦାର୍ପଣ କରିଛି | ଦୀର୍ଘ ସାତ ଦିନ ବ୍ୟାପି ମା’ଙ୍କ ପୂଜା ସ୍ୱତନ୍ତ୍ର ରୀତିନୀତିରେ ପାଳନ କରାଯାଇଥାଏ | ଗୁରୁବାର ଦିନ ମା’ଙ୍କ ନିକଟରେ ଲାଗି ହୁଏ ମାନସିକ ଖିରି | ପ୍ରତ୍ୟହ ମା’ଙ୍କ ନିକଟକୁ ଆଖପାଖ ଦୁଇ ଜିଲ୍ଲା ଜଗତସିଂହପୁର ଏବଂ ତାର ପଡୋଶୀ ଜିଲ୍ଲା କେନ୍ଦ୍ରାପଡ଼ାର ତିନୋଟି ବ୍ଲକରୁ ହଜାର ହଜାର ଶ୍ରଦ୍ଧାଳୁ ଚାଲିଆସିଥାନ୍ତି ମା’ଙ୍କୁ ପୂଜା କରିବା ପାଇଁ | ବିଶ୍ୱାସ ରହିଛି ମା’ଙ୍କ ନିକଟରୁ କେହି କେବେ ଖାଲି ହାତରେ ଫେରି ନାହାଁନ୍ତି, ଶ୍ରଦ୍ଧା ପୂର୍ବକ ପୂଜା କରିବା ସହିତ ମାନସିକ ରଖିଲେ, ମାନସିକ ନିଶ୍ଚିତ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି | ତେଣୁ ମାନସିକଧାରୀ ମାନେ ଏହି ପୂଜାରେ ଉପସ୍ଥିତ ହେବା ସହିତ ମାନସିକ ମୁତାବକ ଅନ୍ନ ଦାନ, ଖିରି ଭୋଗ ଆଦି କରିଥାନ୍ତି ମା’ଙ୍କ ନିକଟରେ | ପ୍ରତ୍ୟହ ଦୁଇ ରୁ ଅଢେଇ ହଜାର ଭକ୍ତଙ୍କ ନିମନ୍ତେ ଏଠାରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥାଏ | ଏଠାରେ ସାଂକୃତିକ କାର୍ଯ୍ୟକ୍ରମ ସହିତ ଏକ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ହୋଇଥାଏ | ହେଲେ କୌଣସି କାରଣ ବଶତଃ ଜିଲ୍ଲା ପ୍ରଶାସନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ନାଟକ ପରିବେଷଣ ପାଇଁ ଅନୁମତି ନମିଳିବାରୁ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଆଖପାଖ ଅଞ୍ଚଳରୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ମନରେ ଦୁଃଖ ଏବଂ କ୍ଷୋଭ ଦେଖିବାକୁ ମିଳିଛି | ସେଥିପାଇଁ ସବୁ ସ୍ଥାନରେ ସାଜସଜ୍ଜା ହୋଇଥିବା ବେଳେ ନାଟକ ପେଣ୍ଡାଲ ସ୍ଥାନଟି ଖାଲି ରଖାଯାଇଛି | କାରଣ ଏଠି ଧନଦାତ୍ରୀ ମା’ଗଜଲକ୍ଷ୍ମୀ ଙ୍କ ପୂଜାକୁ ଏକ ବ୍ରତ ଭଳି ପାଳନ କରୁଥିବା ଦେଖିବାକୁ ମିଳେ | ସାତ ଦିନ ଧରି ଏଠାରେ ନିଶା ନିବାରଣ ସପ୍ତାହ ପାଳନ କରାଯାଏ | କୌଣସି ବ୍ୟକ୍ତି ଏହି ସାତଦିନ ମାଦକ ଦ୍ରବ୍ୟ ଠାରୁ ଦୁରେଇ ରହିଥାନ୍ତି | ଆସନ୍ତାବର୍ଷ ଏହି ପୂଜା ପଚାଶ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ବେଳେ ମା’ଙ୍କ ପୂଜାକୁ ଅଧିକ ଯାକଯମକ ରେ କରାଯିବ ବୋଲି ଆଶା ରଖିଛନ୍ତି ଅନୁଷ୍ଠାନର କର୍ମକର୍ତ୍ତା ମାନେ |


error: Content is protected !!