ନିଆଳୀ ବ୍ଲକରେ ଥିବା ସର୍ବପୁରାତନ ନରସିଂହୋମ ଚିତ୍ତରଞ୍ଜନ ସେବା ସଦନର ୩୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଓଡିଶାର ପ୍ରଖ୍ୟାତ କଳାକାର, ସାହିତ୍ୟିକ ତଥା ବରିଷ୍ଠ ଡାକ୍ତର ପ୍ରଫେସର ଶୈଳେଶ୍ୱର ନନ୍ଦ ଓ ତାଙ୍କ ଧର୍ମ ପତ୍ନୀ ପ୍ରଫେସର ଡାକ୍ତର ସଂଯୁକ୍ତା ମହାପାତ୍ର ଯୋଗ ଦେଇଥିବାବେଳେ ତାଙ୍କୁ ସ୍ମାରକ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ସଭାରେ ସ୍ୱାଗତ ଭାଷଣ ଅନୁଷ୍ଠାନର ନିର୍ଦ୍ଧେଶକ ଡାକ୍ତର ଚିତ୍ତରଞ୍ଜନ ମିଶ୍ର ପ୍ରଦାନ କରିଥିଲେ । ଅନ୍ୟପଟେ ଏହି ପ୍ରତିଷ୍ଠା ଦିବସରେ ୨୦ ବର୍ଷରୁ ଉର୍ଧ୍ଵ ସମୟ ଧରି କାର୍ଯ୍ୟରତ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ
ପୋଲ ଉପରେ ୨ ଫୁଟର ପାଣି