January 27, 2026

Now Odisha

Now Odisha

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

Spread the love

ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ ଆସି ସେମାନଙ୍କର ମତ ରଖୁଛନ୍ତି।ଶନିବାର ଏନେଇ ମୁହଁ ଖୋଲିଛନ୍ତି ବର୍ଷାଙ୍କ ଜଣେ ସାଙ୍ଗ। ସେ କହିଛନ୍ତି, ବିବାହ ପୂର୍ବରୁ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ସବୁ ବିବାଦ ଆରମ୍ଭ ହୋଇଛି ବିବାହ ପରେ।ଶନିବାର ଏନେଇ ମୁହଁ ଖୋଲିଛନ୍ତି ବର୍ଷାଙ୍କ ଜଣେ ସାଙ୍ଗ। ସେ କହିଛନ୍ତି, ବିବାହ ପୂର୍ବରୁ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ସବୁ ବିବାଦ ଆରମ୍ଭ ହୋଇଛି ବିବାହ ପରେ।

ସେ ଏକଥା ମଧ୍ୟ କହିଛନ୍ତି, ଗୁଲୁଆଙ୍କୁ ସୁଧାରିବା ପାଇଁ ବର୍ଷା ବହୁତ ଚେଷ୍ଟା କରି ବିଫଳ ହୋଇଛନ୍ତି। ମାଡ଼, ଗାଳି ସବୁ ସହିକି ବର୍ଷା ସେଇଠି ରହିଥିଲା। ପ୍ରଥମ ଯେଉଁଦିନ ବର୍ଷା ଗୁଲୁଆଙ୍କ ପରକୀୟା ପ୍ରୀତି ଧରିଥିଲା, ସେହିଦିନଠାରୁ ସେ ତାଙ୍କୁ ବାଟକୁ ଆଣିବା ପାଇଁ ଚେଷ୍ଟା କରୁଥିଲା। ମାତ୍ର ଗୁଲୁଆ ତାକୁ ମାନୁ ନ ଥିଲେ। ବର୍ଷା ନ ଥିବାବେଳେ ସେ ଅନ୍ୟ ଝିଅମାନଙ୍କୁ ନେଇ ବାହାରକୁ ଯାଇଥାନ୍ତି। ଗୁଲୁଆ ଯେବେ ଘରକୁ ଆସନ୍ତି ପଚାରନ୍ତି ବର୍ଷା ଘରେ ଅଛି କି ନାଇଁ। ତା’ ପରେ ସେ ତାଙ୍କର ଅନ୍ୟ ଝିଅମାନଙ୍କୁ ନେଇ କେଉଁଆଡ଼େ ସବୁ ଯାଇଥାନ୍ତି। ବର୍ଷା ତାଙ୍କୁ ବହୁତ ସୁଯୋଗ ଦେଇଥିଲେ ବଦଳିଯିବା ପାଇଁ ସେ ବଦଳିଲେ ନାହିଁ। କଥାଟା ଏବେ ଏତେ ଆଗକୁ ଗଲାଣି ଦୁହେଁ ଆଉ ଏକାଠି ରହିବା ସମ୍ଭବ ବି ନୁହଁ ବୋଲି ସାଙ୍ଗ କହିଛନ୍ତି।

ସେହିପରି ଗତକାଲି ୟୁଟ୍ୟୁବର କାଳିଆ ଷଣ୍ଢ ମଧ୍ୟ ବର୍ଷା ଏବଂ ଗୁଲୁଆଙ୍କୁ ନେଇ କହିଥିଲେ କି ଦୁଇଜଣ ଅଧିକାଂଶ ସମୟ ମାଡ଼ପିଟ୍‌ ହୁଅନ୍ତି।

error: Content is protected !!