ଭୁବନେଶ୍ବର,: ନୂଆବର୍ଷରେ ପାର୍ଟି କରିବାକୁ ଯୋଜନା କରିଥିବା ଲୋକଙ୍କ ଖୁସିରେ ସରକାର ମହଙ୍ଗା ମାଡ଼ କରିଛନ୍ତି। ଲୋକଙ୍କ ଚାହିଦାରେ ଥିବା ବିଦେଶୀ ମଦର ଦାମ୍ ବଢ଼ାଇ ଦେଇଛନ୍ତି। ସୋମବାର ଠାରୁ ନୂଆ ଦାମ୍ରେ ମଦ ମିଳିବ। ସବୁଠାରୁ ବଡ଼ କଥା ହେଉଛି ଡିପୋରେ ଗଚ୍ଛିତ ଥିବା ମଦ ମାର୍କଟେକୁ ନଛାଡ଼ି ଦର ବଢ଼।ଇବା ପାଇଁ ସରକାର ନିଜେ ଅଭାବୀ ପରିସ୍ଥିତି ସୃଷ୍ଟି କରୁଛନ୍ତି।
ଏପଟେ ଦୋକାନୀ ବିୟର ବରାଦି ଦେଲେ ମଧ୍ୟ ନିଗମ ମାଲ ଛାଡୁନାହିଁ।
ନୂଆବର୍ଷ ପାଇଁ ରାଜ୍ୟରେ ଏବେ ବିଦେଶୀ ମଦର ଚାହିଦା ବଢ଼ିବାରେ ଲାଗିଛି। ଡିସେମ୍ବର ଓ ଜାନୁଆରୀରେ ସରକାର ବର୍ଷକ ଟାର୍ଗଟ୍ର ୩୦ରୁ ୩୫% ରାଜସ୍ବ ଆଦାୟ କରନ୍ତି। ନୂଆବର୍ଷ ପୂର୍ବରୁ ସରକାର ବିଦେଶୀ ମଦ ଦର ବଢ଼ାଇ ଦେଇଛନ୍ତି। ବିଶେଷ କରି ଇଣ୍ଡିଆ ମେଡ୍ ଫରେନ୍ ଲିକର୍(ଅଇଏମ୍ଏଫ୍ଏଲ୍)ର ଡିମାଣ୍ଡ ଥିବା ‘ଓଲ୍ଡ ମଙ୍କ୍’ ୭୫୦ ଏମଏଲ ବୋତଲ ପିଛା ୨୦ଟଙ୍କା ବଢ଼ିଥିବା ବେଳେ ୩୭୫ ଏମଏଲ ଓ ୧୮୦ ଏମଏଲ ବୋତଲ ପିଛା ୧୦ ଟଙ୍କା ବଢ଼ିଛି। ଅଇଏମ୍ଏଫ୍ଏଲ୍ର ଆଉ ଏକ ମଦ ‘ବାର୍କ।ଡି ଲେମନ୍’ ବୋତଲ ପିଛା ୩୦ରୁ ୧୦ ଟଙ୍କା ବଢ଼ିଛି। ତା’ଛଡ଼ା ବଟଲ୍ ଇନ୍ ଆଉଟ୍ ସାଇଟ୍(ବିଆଇଓଏସ୍) ସ୍କଚ୍ ଦାମ ବି ବଢ଼ାଇ ଦେଇଛନ୍ତି। ୩,୬୨୦ ଟଙ୍କାରେ ମିଳୁଥିବା ବ୍ଲାକ୍ ଲେବୁଲ୍(୭୫୦ ଏମଏଲ) ୧୩୦ ଟଙ୍କା ବଢ଼ିଛି। ସେହିଭଳି ଗୋଲ୍ଡ ଲେବଲ୍ ରିଜର୍ଭ ୭୫୦ ଏମଏଲ ୫,୯୯୦ ଟଙ୍କାରେ ମିଳୁଥିଲା। ସରକାର ଏହାକୁ ବୃଦ୍ଧି କରି ୬,୩୨୦ ଟଙ୍କା କରିଛନ୍ତି। ୧୮୭୦ ଟଙ୍କାରେ ମିଳୁଥିବା ଜେ ଆଣ୍ଡ ବି କ୍ବାଟ୍ ଦାମ ବି ୨୦୧୦ ଟଙ୍କା ହୋଇଛି।
ବିଦେଶୀ ମଦକୁ ଛାଡ଼ିଲେ ସରକାର ୧୫ଟି ଓ୍ବାଇନ୍(୭୫୦ ଏମ୍ଏଲ୍) ବୋତଲ ପିଛା ୨୦ ଟଙ୍କାରୁ ୨୭୦ ଟଙ୍କା ବଢ଼ାଯାଇଛି। ୬୩୦ଟଙ୍କାରେ ମିଳୁଥିବା ଗ୍ରୋଭର କାବରନେଟ୍ ସିରାଜ୍ ଓ୍ବାଇନ୍ ବୋତଲ ୯୦୦ ଟଙ୍କା କରାଯାଇଛି। ମଦ ବୋତଲରେ ପୁରୁଣା ଦାମ୍ ଲେଖା ଅଛି। ଦୋକାନୀମାନେ ନୂଆ ଦାମରେ ବିକ୍ରି କରିବେ। ଏ ସ୍ଥିତିରେ ଗ୍ରାହକ ଓ ଦୋକାନୀଙ୍କ ମଧ୍ୟରେ ବିବାଦ ମୁଣ୍ଡ ଟେକିବ ବୋଲି ଆଶଙ୍କା ରହିଛି।
ନୂଆ ବର୍ଷ ଆଗକୁ ଅଛି। ଗତ ୧୫ ଦିନ ହେବ ରାଜ୍ୟର ସବୁ ଠିପି ବନ୍ଦ ଦୋକାନରେ ଭିଡ଼ ଦେଖା ଦେଲାଣି। ଦୋକାନୀମାନେ ଅଧିକ ମଦ କିଣିବାକୁ ଡିପୋରେ ଭିଡ଼ ଲଗାଇଛନ୍ତି। ହେଲେ ଡିପୋରୁ ମଦ ମିଳୁନାହିଁ। ଖବର ମିଳିଛି, ଓଡ଼ିଶା ଷ୍ଟେଟ୍ ବିଭରେଜ୍ କର୍ପୋରେସନ ଲିମିଟେଡ୍ ପାଖରେ ବିଦେଶୀ ମଦ ଓ ଓ୍ବାଇନ୍ ୨୦ ହଜାର ପେଟି ଗଚ୍ଛିତ ଅଛି। ସୋମବାରଠୁ ଚଢ଼ା ଦରରେ ବିକ୍ରି ପାଇଁ ଡିପୋ ଏବେଠାରୁ ମଦ ଦେବା ବନ୍ଦ କରି ଦେଇଛି।
୨୦୨୪ ଜିରୋନାଇଟରେ ୬୪ କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା। ଦୋକାନୀମାନେ ନିଜର ଏମ୍ଜିକୁୟ ପୂରଣ ପାଇଁ ଏହି ସମୟକୁ ଅପେକ୍ଷା କରି ସଫଳ ହୋଇଥାନ୍ତି। ସହରବାସୀ ଯେଉଁ ବିଦେଶୀ ମଦ ଡିମାଣ୍ଡ କରୁଛନ୍ତି ତାହା ଏବେଠାରୁ ଯୋଗାଇପାରୁ ନାହାନ୍ତି ଦୋକାନୀମାନେ। ଓଡ଼ିଶା ଷ୍ଟେଟ୍ ବିଭରେଜ୍ କର୍ପୋରେସନ ଲିମିଟେଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମାଲ୍ ମହଜୁଦ୍ ରହିଛି। ଖୁବଶୀଘ୍ର ମଦ ଦୋକାନୀମାନଙ୍କୁ ଦିଆଯିବ।
ସୂଚନା ମୁତାବକ, ୨୦୨୪ ସେପ୍ଟେମ୍ବର ମାସରେ ବିୟର ବୋତଲ ପିଛା ୧୦ ଟଙ୍କା ଲେଖାଏଁ ବଢ଼ାଇଥିଲା। ୨୦୨୫ ଜାନୁଆରୀରେ ପୁଣି ୧୦ ଟଙ୍କା ବଢ଼ାଇଥିଲେ। ଏହି ମାସରେ ବିଦେଶୀ ମଦ ଓ ଓ୍ବାଇନ୍ ଦର ବୃଦ୍ଧି ହେବ।

More Stories
ଦିଲ୍ଲୀର ୫ ଷ୍ଟାର ହୋଟେଲରେ ଫୁଡ୍ ପଏଜନିଂର ସନ୍ଦେହ , ମହିଳାଙ୍କ ଅଭିଯୋଗରେ ଏଫଆଇଆର |
ବଲିଉଡ ଫିଲ୍ମ ଧୁରନ୍ଧରରେ ନଜର ଆସିଥିବା ନଦୀମ ଖାନଙ୍କୁ ଗିରଫ |
ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଚମ୍ପିୟନ, ରୋମାଞ୍ଚକର ଫାଇନାଲରେ |