ନୂଆଦିଲ୍ଲୀ : ଦିନକୁ ଦିନ ବଜାରରେ ବଢ଼ିବାରେ ଲାଗିଛି ଅଣ୍ଡାର ଦାମ। ୬ ଟଙ୍କାରେ ମିଳୁଥିବା ଗୋଟିଏ ଅଣ୍ଡାର ଦାମ ଏବେ ୮ ଟଙ୍କାରେ ଆସି ପହଞ୍ଚିଲାଣି। ଯେଉଁମାନେ ଅଣ୍ଡା ଖାଉଥିବେ ସେମାନେ ବେଶ ଭଲଭାବେ ଜାଣିଥିବେ ନିଶ୍ଚୟ। ଖୁବ ଜଲଦି କିଭଳି ଭାବେ ଦର ବଢ଼ିଲା। ଭୁବନେଶ୍ବରରେ ଅଧିକାଂଶ ସ୍ଥାନରେ ଗୋଟିଏ ଅଣ୍ଡା ପିଛା ଦାମ ୮ ଟଙ୍କାରେ ବିକ୍ରି ହେଉଥିବା ବେଳେ ଦିଲ୍ଲୀରେ ୧୦ ଟଙ୍କାରେ ବିକ୍ରି ହେଉଥିବା ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ତେବେ ହଠାତ କାହିଁକି ୨୫ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଅଣ୍ଡାର ଦାମ ବଢ଼ିଲା ? ଏହା ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିବ ନିଶ୍ଚୟ। ଆସନ୍ତୁ ଆମର ଏହି ଲେଖା ମାଧ୍ୟମରେ ଜାଣିବା ଏହା ପଛର କିଛି ପ୍ରମୁଖ କାରଣ ସମ୍ପର୍କରେ…ହାଇଦ୍ରାବାଦ, ମୁମ୍ବାଇରେ ଅଣ୍ଡାର ଦାମ ରହିଛି ୮ ଟଙ୍କା। ଚେନ୍ନାଇରେ ଦାମ ଟିକେ କମ୍ ରହିଥିବାବେଳେ ଦିଲ୍ଲୀରେ କିନ୍ତୁ ସବୁ ସୀମା ଟପି ଯାଇଛି। ଦିଲ୍ଲୀରେ ୧୦ ଟଙ୍କାରେ ବିକ୍ରି ହେଉଥିବା ଖବର ମିଳିଛି । NECC ରିପୋର୍ଟ ଅନୁସାରେ ଅଗଷ୍ଟ ମାସରୁ ଲଗାତାର ଭାବେ ଅଣ୍ଡାର ମୂଲ୍ୟ ବଢ଼ିବାରେ ଲାଗିଛି । କିଛି ପ୍ରମୁଖ ସହର ଗୁଡ଼ିକରେ ପୂର୍ବରୁ ୧୦୦ ଅଣ୍ଡାକୁ ୫୫୦ ଟଙ୍କାରେ କିଣା ହେଉଥିଲା ।
ମାତ୍ର ଏବେ ଏହା ୭୦୦କୁ ବୃଦ୍ଧି ପାଇଛି । କେବଳ ଚେନ୍ନାଇ ଏବଂ କର୍ଣ୍ଣାଟକରେ ୬୪୦ ରୁ ୬୪୫ ରହିଛି । ତେବେ ଉତ୍ତର ପ୍ରଦେଶରେ ସବୁଠାରୁ ଅଧିକ ଅଣ୍ଡା ଖାଇଥାନ୍ତି । ପ୍ରତିଦିନ ୫୦ରୁ ୬୦ ନିୟୁତ ଅଣ୍ଡା ଏଠାରେ ଆବଶ୍ୟକ ହୋଇଥାଏ। ରାଜ୍ୟରେ ଏତେ ପରିମାଣର ଅଣ୍ଡା ଉତ୍ପାଦନ ହେଉଡ଼ଥିବା ବେଳେ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିଥାଏ।କାହିଁକି ବଢ଼ୁଛି ଅଣ୍ଡାର ମୂଲ୍ୟଅଣ୍ଡାର ମୂଲ୍ୟ ଉପରେ ଚାଲାଣ, ପରିବହନ ଖର୍ଚ୍ଚ ଏବଂ ଉତ୍ପାଦନ ସମସ୍ୟା ପ୍ରମୁଖ ନିର୍ଭର କରିଥାଏ । ଏଥିରେ ଯଦି କିଛି ସମସ୍ୟା ଦେଖାଯାଏ ତାହେଲେ ଅଣ୍ଡା ମୂଲ୍ୟ ବୃଦ୍ଧି ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।
ଏବେ ଶୀତ ଋତୁ ଚାଲିଥିବାବେଳେ ଅଣ୍ଡାର ଚାହିଦା ଅଧିକ ରହିଛି । ମୁଖ୍ୟତଃ କୁହାଯାଉଛି କି, ଚାହିଦା ଅନୁସାରେ ଏବେ ଉତ୍ପାଦନ କମ୍ ରହିଛି । ଯୋଗାଣ ସମସ୍ୟା କାରଣରୁ ପ୍ରତିଦିନ ଅଣ୍ଡା ମୂଲ୍ୟ ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ପ୍ରତିବର୍ଷ ମକା ଏବଂ ସୋୟାବିନ୍ ଭଳି କୁକୁଡ଼ା ଖାଦ୍ୟର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଛୋଟ ଚାଷୀମାନଙ୍କ ପାଇଁ ମଧ୍ୟ ବାଧା ଉପୁଜିଛି । ଦକ୍ଷିଣ ଭାରତରେ ବର୍ଷା ଯୋଗୁଁ ମକା ଫସଲ କ୍ଷତିଗ୍ରସ୍ତ ହୋଇଛି । ଯାହା ଫଳରେ କୁକୁଡ଼ା ଖାଦ୍ୟର ମୂଲ୍ୟ ବୃଦ୍ଧି ପାଇଛି ।
ଏହାସହ ଫଙ୍ଗାଲ୍ ସଂକ୍ରମଣ ଯୋଗୁଁ ସାରା ଦେଶରେ ଅଣ୍ଡା ଯୋଗାଣରେ ୭-୧୦ ପ୍ରତିଶତ ହ୍ରାସ ଘଟିଛି । ଯାହାକି ଅଣ୍ଡା ଦର ବୃଦ୍ଧିର ଏକ ପ୍ରମୁଖ କାରଣ ମଧ୍ୟ ପାଲଟିଛି । କିନ୍ତୁ ଆମେ ଯଦି କହିବା ତାହେଲେ ଆମେରିକା, ୟୁକେ ଏବଂ ଜର୍ମାନୀ ଭଳି ଦେଶରେ ଗୋଟିଏ ଅଣ୍ଡାର ମୂଲ୍ୟ ୩୦ରୁ ୪୦ ଟଙ୍କା । ଏସୀୟ ଦେଶ ପାକିସ୍ତାନ ଏବଂ ବାଂଲାଦେଶ ଭଳି ଦେଶରେ ଭାରତ ସହ ପାଖାପାଖି ସମାନ ରହିଛି।

More Stories
ଦିଲ୍ଲୀର ୫ ଷ୍ଟାର ହୋଟେଲରେ ଫୁଡ୍ ପଏଜନିଂର ସନ୍ଦେହ , ମହିଳାଙ୍କ ଅଭିଯୋଗରେ ଏଫଆଇଆର |
ବଲିଉଡ ଫିଲ୍ମ ଧୁରନ୍ଧରରେ ନଜର ଆସିଥିବା ନଦୀମ ଖାନଙ୍କୁ ଗିରଫ |
ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଚମ୍ପିୟନ, ରୋମାଞ୍ଚକର ଫାଇନାଲରେ |