January 26, 2026

Now Odisha

Now Odisha

ଭିବି-ଜି ରାମ ଜି ଯୋଜନା: ଓଡ଼ିଶାକୁ ୫୮୩ କୋଟି ଫାଇଦା

Spread the love

ଭୁବନେଶ୍ବର: ‘ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା’ (ମନରେଗା) ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ‘ଭିବି-ଜି ରାମ ଜି’ ଯୋଜନା ଆଣିଛନ୍ତି। ଏହାକୁ ନେଇ ରାଜନୈତିକ ସ୍ତରରେ ହଟଚମଟ ଲାଗିରହିଛି। ନୂଆ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପାଣ୍ଠି ଭାଗବଣ୍ଟା ଅନୁପାତ ୬୦:୪୦ ପ୍ରତିଶତ କରାଯାଇଥିବାରୁ ରାଜ୍ୟମାନେ ବିପୁଳ କ୍ଷତି ସହିବେ ଓ ସେମାନଙ୍କ ଆର୍ଥିକ ବୋଝ ବଢ଼ିବ ବୋଲି ଆଶଙ୍କା କରାଯାଉଛି।

ଏପରିକି ଋଣ ମୁହଁକୁ ଚାଲିଯାଇପାରନ୍ତି ବୋଲି କୁହାଯାଉଛି। ଏମିତି ସମୟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏହାର ଇକୋରାପ୍ ରିପୋର୍ଟରେ ଭିନ୍ନଚିତ୍ର ଦର୍ଶାଇଛି।ମନରେଗା’ରେ ଓଡ଼ିଶାକୁ ହାରାହାରି ୪୨ ଦିନର କାମ ମିଳିଛି
ବ୍ୟକ୍ତି ପିଛା ଦୈନିକ ପାଉଣା ଥିଲା ୨୬୬ ଟଙ୍କା

ନୂଆ ଭିବି-ଜି ରାମ ଜି ଯୋଜନା ଦ୍ବାରା ରାଜ୍ୟଗୁଡ଼ିକୁ ୧୭ ହଜାର କୋଟି ଟଙ୍କାର ଲାଭ ମିଳିବ ବୋଲି ରିପୋର୍ଟ ଦାବି କରିଛି। ରାଜ୍ୟଗୁଡ଼ିକର ଗତ ୭ ବର୍ଷର ହାରାହାରି ଆବଣ୍ଟନ ବିଚାରକୁ ନେଇ ଏହି ହିସାବ କରାଯାଇଛି। ସେହି ଅନୁସାରେ ଓଡ଼ିଶାକୁ ୫୮୩ କୋଟି ଟଙ୍କାର ଫାଇଦା ମିଳିବ ବୋଲି ରିପୋର୍ଟ କହୁଛି। ରିପୋର୍ଟ ଅନୁସାରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ପ୍ରଭାବିତ ହୋଇପାରନ୍ତି। ସର୍ବାଧିକ ୫୫୬୮ କୋଟି ଟଙ୍କାର ଲାଭ ଉତ୍ତରପ୍ରଦେଶକୁ ମିଳିବ। ମହାରାଷ୍ଟ୍ରକୁ ୪୨୮୨ କୋଟି, ଛତିଶଗଡ଼କୁ ୧୬୦୯ କୋଟି, ଗୁଜରାଟକୁ ୧୩୩୬ କୋଟି ଓ ବିହାରକୁ ୧୧୫୨ କୋଟି ଟଙ୍କାର ଲାଭ ମିଳିପାରେ। କେରଳକୁ ସର୍ବନିମ୍ନ ୧୫ କୋଟିର ଫାଇଦା ମିଳିବ ବୋଲି କୁହାଯାଇଛି।ଏହି ଯୋଜନା ଅଧୀନରେ ଓଡ଼ିଶାରେ ୨୧ ଲକ୍ଷ ପରିବାରକୁ କାମ ମିଳିଥିଲା। କାମ କରିଥିବା ଶ୍ରମିକଙ୍କ ମଧ୍ୟରୁ ୧୫ ଲକ୍ଷ ହେଉଛନ୍ତି ମହିଳା। ପରିବାର ପିଛା ବର୍ଷକୁ ୧୦୦ ଦିନର କାମ ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ହାରାହାରି ଭାବେ ୪୨ ଦିନର କାମ ମିଳୁଥିଲା। ପ୍ରତି ବ୍ୟକ୍ତି ପିଛା ହାରାହାରି ଦୈନିକ ପାଉଣା ୨୬୬ ଟଙ୍କା ରହିଥିଲା। ମନରେଗା ଜରିଆରେ ରାଜ୍ୟରେ ୨.୭ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ସୃଷ୍ଟି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।

error: Content is protected !!