ବିଦ୍ୟୁତ୍ ବିଲ ପୈଠ ନ ହେବାରୁ ବିନା ଲାଇଟ୍ ଓ ପଙ୍ଖା ରେ ପରୀକ୍ଷା ଦେଲେ ଛାତ୍ର ଛାତ୍ରୀ


ଆଜିର ଶିଶୁ କାଲିର ଭବିଷ୍ୟତ, ସ୍କୁଲ ର ପିଲାମାନଙ୍କ ଉନ୍ନତି କ୍ଷେତ୍ରରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ସ୍କୁଲ ପରିସର ର ସ୍ୱଚ୍ଛତା,ନୂତନ ଘର ,ପୃଷ୍ଟିକର ଖାଦ୍ୟ ,ବିଦ୍ୟୁତ୍ ସଂଯୋଗ ଭଳି ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି,କିନ୍ତୁ ସମସ୍ତ ପ୍ରକାର ସୁବିଧା ଯୋଗେଇ ଦେବା ପରେ ମଧ୍ୟ ମାହାଙ୍ଗା ବ୍ଲକ ରାହାଣିଆ ପଞ୍ଚାୟତ ର ଗୋକୁଳପୁର ପ୍ରାଥମିକ ସ୍କୁଲ ର ବିଦ୍ୟୁତ୍ ବିଲ ପୈଠ ନହେବା କାରଣକୁ ଛୋଟ ଛୋଟ ପିଲାମାନେ ଆଜି ବିନା ଲାଇଟ୍ ଓ ପଙ୍ଖା ରେ ପରୀକ୍ଷା ଦେଉଛନ୍ତି, ଯାହାକି ଦୁର୍ଭାଗ୍ୟ ଜନକ କଥା,ଏହା ମାହାଙ୍ଗା ଗଣଶିକ୍ଷା ବିଭାଗ ର ଅପାରଗତା କୁ ଦର୍ଶାଉଛି,ଫଳରେ ଏହି ଘଟଣା କୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି।


error: Content is protected !!