January 25, 2026

Now Odisha

Now Odisha

ବାଂଲାଦେଶରେ ହିନ୍ଦୁ ବିଧବା ମହିଳାଙ୍କୁ ଗଣବଳାତ୍କାର |

Spread the love

ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ନିଷ୍ଠୁରତାର ଘଟଣା ପ୍ରତିଦିନ ଭୟଙ୍କର ହେବାରେ ଲାଗିଛି। ହିନ୍ଦୁମାନଙ୍କୁ ନିର୍ମମ ହତ୍ୟା ପରେ, ଏବେ ଜଣେ ମହିଳାଙ୍କ ସହିତ ଜଡିତ ଏକ ନୃଶଂସ ଘଟଣା ସାମ୍ନାକୁ ଆସିଛି। ବାଂଲାଦେଶର ଝିନାଇଦା ଜିଲାର କାଳିଗଞ୍ଜ ଅଞ୍ଚଳରେ, ଜଣେ ୪୦ ବର୍ଷୀୟ ହିନ୍ଦୁ ମହିଳାଙ୍କୁ ଦୁଇଜଣ ପୁରୁଷ ଗଣବଳାତ୍କାର କରିଥିଲେ, ଏହା ସହ ଗଛରେ ବାନ୍ଧି ତାଙ୍କ କେଶ କାଟି ଦେଇଥିଲେ।

ପୀଡିତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇସାରିଛି। ସେ ବାଂଲାଦେଶର ଝିନାଇଦା ଜିଲାରେ ତାଙ୍କ ପିଲା ସହିତ ରୁହନ୍ତି।

ପୀଡିତା କାଲିଗଞ୍ଜ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କଠାରୁ ସେ ଅଢ଼େଇ ବର୍ଷ ପୂର୍ବେ ନଦୀପାରାରେ ୩ ଡେସିମିଲ ଜମି ଏବଂ ଏକ ଦୁଇ ମହଲା ଘର ୨୦ ଲକ୍ଷ ଟଙ୍କାରେ କିଣିଥିଲେ, ସେ ତାଙ୍କର ଜଣେ ବନ୍ଧୁଙ୍କ ସହିତ ମିଶି ତାଙ୍କୁ ବଳାତ୍କାର କରିଛନ୍ତି। କାଲିଗଞ୍ଜ ଉପ-ଜିଲାର ବାସିନ୍ଦା ପୀଡିତା ନଦୀପାରାର ବାସିନ୍ଦା ଶାହିନ ଏବଂ ତାଙ୍କ ଭାଇଙ୍କଠାରୁ ଘରଟି କିଣିଥିଲେ। ଏହି ଚୁକ୍ତି ପରେ, ଶାହିନ ଖରାପ ଉଦ୍ଦେଶ୍ୟ ପୋଷଣ କରିବା ଏବଂ ପୀଡିତାଙ୍କ ପ୍ରତି ଅଶ୍ଳୀଳ ଆଚରଣ କରିବା ଆରମ୍ଭ କରିଥିଲେ।

ପୋଲିସ ଅଭିଯୋଗ ଅନୁଯାୟୀ, ଶନିବାର ସନ୍ଧ୍ୟାରେ (ଜାନୁଆରୀ ୩, ୨୦୨୬) ଯେତେବେଳେ ବିଧବା ମହିଳାଙ୍କ ଗାଁର ଦୁଇଜଣ ସମ୍ପର୍କୀୟ ତାଙ୍କ ଘରକୁ ଆସିଥିଲେ। ସେତେବେଳେ ଶାହିନ ଏବଂ ତାଙ୍କ ସହଯୋଗୀ ହସନ ତାଙ୍କ ଘରେ ଜୋରଜବରଦସ୍ତ ପ୍ରବେଶ କରି ତାଙ୍କୁ ବଳାତ୍କାର କରିଥିଲେ। ଅଭିଯୁକ୍ତମାନେ ପୀଡିତାଙ୍କ ଠାରୁ ୩୭,୦୦ ଦାବି କରିଥିଲେ। ମହିଳା ଟଙ୍କା ଦେବାକୁ ମନା କରିବାରୁ ଅଭିଯୁକ୍ତମାନେ ତାଙ୍କ ସମ୍ପର୍କୀୟମାନଙ୍କୁ ଆକ୍ରମଣ କରି ଘଉଡ଼ାଇ ଦେଇଥିଲେ।

ମହିଳା ଚିତ୍କାର କରିବାରୁ ଅଭିଯୁକ୍ତମାନେ ତାଙ୍କୁ ଗଛରେ ବାନ୍ଧି ତାଙ୍କ କେଶ କାଟି ଦେଇଥିଲେ। ସେମାନେ ଘଟଣାର ଭିଡିଓ ମଧ୍ୟ ପ୍ରସ୍ତୁତ କରି ଭାଇରାଲ କରିଥିଲେ। ମହିଳାଙ୍କୁ ମଧ୍ୟ ମାଡ଼ ମାରିଥିଲେ, ଯାହା ଫଳରେ ସେ ଅଚେତ ହୋଇଯାଇଥିଲେ, ପରେ ସ୍ଥାନୀୟ ଲୋକମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହସ୍ପିଟାଲର ଡାକ୍ତର ମହମ୍ମଦ ମୁସ୍ତାଫିଜୁର ରହମାନ କହିଛନ୍ତି ଯେ ମହିଳା ପ୍ରଥମେ ଘଟଣା ବିଷୟରେ କିଛି ପ୍ରକାଶ କରି ନଥିଲେ। ପରେ, ଡାକ୍ତରୀ ପରୀକ୍ଷା ସମୟରେ ଜଣାପଡିଲା ଯେ ତାଙ୍କୁ ବଳାତ୍କାର କରାଯାଇଛି। ଏହା ପରେ, ମହିଳା କାଳିଗଞ୍ଜ ଥାନାରେ ଶାହିନ ଏବଂ ହାସନଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରିଥିଲେ।

error: Content is protected !!