ତୃତୀୟ ଜ୍ୟୋତର୍ଲିଂଗ


ଶ୍ରୀ ମହାକାଳେଶ୍ଵର ଉଜ୍ଜୟିନୀମଧ୍ୟପ୍ରଦେଶଉଜ୍ଜୟିନୀ ସିପ୍ରା ନଦୀ କୂଳରେ ଅବସ୍ଥିତ ଏକ ପ୍ରାଚୀନ ନଗରୀ ଯାହାର ଐତିହାସିକ ନାମ ଅବନ୍ତୀ l ଅବନ୍ତୀ ରାଜ ଇନ୍ଦ୍ରଦ୍ୟୁମ୍ନଙ୍କ ସମୟରୁ ଭଗବାନ ଶ୍ରୀ ମହାକାଳେଶ୍ଵର ସେଠାରେ ସ୍ଥାପିତ ଓ ପ୍ରତିଷ୍ଠିତ lବିଭିନ୍ନ ସମୟରେ ବିଦ୍ୱେଷୀ ଆକ୍ରମଣକାରୀ ଏହି ମନ୍ଦିରର କ୍ଷତି କରିଛନ୍ତି ଓ ଏହା ପୁନଃ ନିର୍ମିତ ହୋଇଛି l ବର୍ତ୍ତମାନ ମନ୍ଦିରଟିକୁ ମରାଠା ପେଶବା ମାନେ ଖ୍ରୀ 1734 ବେଳକୁ ନିର୍ମାଣ କରିଥିଲେ lଉଜ୍ଜୟିନୀ ଶ୍ମଶାନରେ ପ୍ରତିଦିନ ସଦ୍ୟ ଦାହ ହୋଇଥିବା ଶବର ପାଉଁଶ ସଂଗ୍ରହ କରି ପ୍ରଭୁ ମହାକାଳଙ୍କର ଭସ୍ମ ଆରତୀ କରାଯାଏ lଶ୍ରୀ ମହାକାଳେଶ୍ଵରଙ୍କୁ ବିଭିନ୍ନ ପର୍ବ ପର୍ବାଣୀରେ ବର୍ଷ ସାରା 108 ବିଭିନ୍ନ ବେଶରେ ସଜ୍ଜିତ କରାଯାଇଥାଏ lଏଠାରେଶ୍ରୀ ଜଗନ୍ନାଥଶ୍ରୀ ଅର୍ଦ୍ଧ ନାରୀଶ୍ୱରଶ୍ରୀ କୃଷ୍ଣଙ୍କ ବେଶର ଉଦାହରଣ ଦିଆଯାଇଛି lଜୟ ଭଗବାନ ଶ୍ରୀ ମହାକାଳେଶ୍ଵର lଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ lଓଁ ନମୋ ଭଗବତେ ବାସୁଦେବାୟ l🙏🔱🕉️🔱🙏


error: Content is protected !!