ଭୁବନେଶ୍ୱର : ବିମାନବନ୍ଦରରୁ ୭ କୋଟିର ଗଞ୍ଜେଇ ଜବତ ଘଟଣା । ଗଞ୍ଜେଇ ଲିଙ୍କରେ ଧରାପଡ଼ିଲା ଆଉ ଜଣେ ଅଭିଯୁକ୍ତ । କେରଳର ଅଭିଯୁକ୍ତକୁ କାବୁ କଲା DRI । ଗଞ୍ଜେଇ ନେବାକୁ ଅପେକ୍ଷା କରିଥିବା ବେଳେ ହାଣ୍ଡେଲର ଗିରଫ । ବିମାନବନ୍ଦର ପାଖ ଏକ ହୋଟେଲରୁ ଗିରଫ । ହୋଟେଲରେ ସମ୍ପୃକ୍ତ ଯୁବକ ଓ ତାଙ୍କ ବାନ୍ଧବୀଙ୍କ ସହ କପଲ ଭାବେ ରହୁଥିଲେ ।
ହୋଟେଲରୁ ସମ୍ପୃକ୍ତ ଯୁବକକୁ ଗିରଫ ସହ ବାନ୍ଧବିଙ୍କୁ ମଧ୍ୟ ଜେରା କରୁଛି DRI ଟିମ୍ । ଗିରଫ ପରେ ଉଭୟଙ୍କ ଠାରୁ ଦୁଇଟି ମୋବାଇଲ ସିଜ କରାଯାଇଛି । ଗତକାଲି ଧରାପଡ଼ିଥିବା ମୁମ୍ବାଇର ଅଭିଯୁକ୍ତ ସହ ଲଗାତାର ଭାବେ ଯୋଗାଯୋଗରେ ଥିଲେ । ଗତକାଲି ୬ କେଜିରୁ ଉର୍ଦ୍ଧ୍ଵ ଗଞ୍ଜେଇ ବିମାନବନ୍ଦରୁ ଜବତ ହୋଇଥିଲା ।
ବ୍ୟାଙ୍କକରୁ ଫ୍ଲାଇଟ ଯୋଗେ ଗଞ୍ଜେଇ ଆଣୁଥିବା ବେଳେ ମୁମ୍ବାଇ ଯୁବକ ଧରାପଡିଥିଲା । ହେଲେ ସେହି ମୁମ୍ବାଇର ଯୁବକଠୁ ମାରିଜୁଆନା ନେବା ପାଇଁ ବିମାନବନ୍ଦର ନିକଟ ହୋଟେଲରେ ଅପେକ୍ଷା କରିଥିଲା କେରଳର ଯୁବକ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ସାତ କୋଟି ଟଙ୍କା ହେବ ।

More Stories
ନାବାଳିକାକୁ ଅପହରଣ ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି
ଗଣିଆରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
ସଂପୂର୍ଣ୍ଣ ନିଆରା ଭିନ୍ନ ସ୍ବାଦର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ଏବଂ ପରିବେଷଣର ଲୋକପ୍ରିୟ ସଂସ୍ଥା :” ଇନ୍ ଟାଇମ୍ ଆଣ୍ଡ କ୍ୟାଟ୍ରିଙ୍ଗ “